ମୁମ୍ବାଇ: ପ୍ରଶଂସକମାନଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଉତ୍ସାହର ସହିତ ଅପେକ୍ଷା କରିଥିବା ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ର ଗୀତ ଶେଷରେ ମୁକ୍ତିଲାଭ କରିଛି। ‘ବୁର୍ଜ ଖଲିଫା’ ଗୀତ ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଏହା ଚାରି ଲକ୍ଷରୁ ଅଧିକ ଭ୍ୟୁ ଗ୍ରହଣ କରିସାରିଛି। ଗୀତରେ ଅକ୍ଷୟ ଓ କିଆରାଙ୍କ ଦମ୍ଦାର କେମିଷ୍ଟ୍ରି ଦେଖିବାକୁ ମିଳିଛି।
ଗୀତରେ ଅକ୍ଷୟ ଏବଂ କିଆରାଙ୍କ ଭିନ୍ନ ଲୁକ୍ ମଧ୍ୟ ଦେଖିବାକୁ ମିଳୁଛି। ଅକ୍ଷୟଙ୍କ ଶେଖ୍ ଅନ୍ଦାଜ୍ ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଥିବାବେଳେ କିଆରା ମଧ୍ୟ ବେଶ୍ ସୁନ୍ଦର ଦିଶୁଛନ୍ତି। ଏହାପୂର୍ବରୁ ଗୀତର ଟିଜର ରିଲିଜ୍ ହୋଇଥିଲା, ଯାହା ପ୍ରଶଂସକଙ୍କ ମଧ୍ୟରେ ବହୁତ ଗୁଜବ ସୃଷ୍ଟି କରିଥିଲା।
ତେବେ ‘ବୁର୍ଜ ଖଲିଫା’ ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଶି ଏବଂ ଡିଜେ ଖୁସୀ ଏହାସହିତ ଗୀତର ସ୍ୱର ସଂଯୋଜନା ମଧ୍ୟ କରିଛନ୍ତି। ଗୀତ ଲେଖିଛନ୍ତି ଗଗନ ଆହୁଜା। ‘ଲକ୍ଷ୍ମୀ ବମ୍’ ଫିଲ୍ମ ଏକ ହରୋର୍ କମେଡି ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ।
Comments are closed.