Latest Odisha News

BREAKING NEWS

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ ପଛାଇନଥିଲା ପୁଅ ।

ଆହତ ବାପାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ନିଜ କଲାକର୍ମରେ ଅନୁତପ୍ତ ହୋଇ ପୁଅ ଜଣକ ବି ଛୁରୀ ଜରିଆରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏବେ ଉଭୟ ବାପାପୁଅ ମିରଟ୍‌ରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗୁରୁବାର ଖାରକୋଡାର ଜାମନଗର ଅଂଚଳରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଭାରତୀୟ ସରକାର ପବ୍‌ଜିକୁ ବ୍ୟାନ କରିଥିଲେ, ତଥାପି ଏହି ଭିଡିଓ ଗେମ ନିଶା କବଳରେ ଏବେ ବି କିଛିଟା ଲୋକ ମସଗୁଲ ଅଛନ୍ତି । ଫୋନରେ ପୂର୍ବରୁ ଡାଉନଲୋଡ୍ ହୋଇ ରହିଥିବା ପବ୍‌ଜି ଆପ୍ଲିକେସନ୍ ଜରିଆରେ କିଛି ଲୋକ ଏବେ ବି ଅଫ୍‌ଲାଇନ୍‌ରେ କୌଣସି ମତେ ଖେଳିବାକୁ ସକ୍ଷମ ହେଉଛନ୍ତି ।

ଆକ୍ରମଣକାରୀ ପୁଅର ପରିଚୟ ଅମିର ଓ ବାପାର ପରିଚୟ ଇର୍ଫାନ ବୋଲି ଜଣାପଡିଛି । ଘଣ୍ଟାଘଣ୍ଟା ଧରି ମୋବାଇଲରେ ଗେମ ଖେଳୁଥିବାରୁ ପୁଅକୁ ବାରଣ କରିଥିଲେ ବାପା । ବାରମ୍ବାର ବାପାଙ୍କର ତାଗିଦ ଆମିର ପାଇଁ ବିଷ ସଦୃଶ ପାଲଟିଥିଲା । ଉତକ୍ଷିପ୍ତ ହୋଇ ଅମିର ବାପାର ବେକକୁ ଏକାଧିକ ଥର ଛୁରୀରେ କ୍ଷତାକ୍ତ କରିଥିଲା ।

Leave A Reply

Your email address will not be published.