Latest Odisha News

BREAKING NEWS

ଶେଷରେ ମାନିଲେ ସରକାର, ହୋଇସାରିଲାଣି କମ୍ୟୁନିଟି ଟ୍ରାନ୍ସମିସନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସଂକ୍ରମଣର ୯ମାସ ପରେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ ଦେଶର ଅନେକ ସ୍ଥାନରେ କମ୍ୟୁନିଟି ଟ୍ରାନ୍ସମିସନ ହେଉଛି।

ପଶ୍ଚିମବଙ୍ଗରେ କମ୍ୟୁନିଟି ଟ୍ରାନ୍ସମିସନ୍ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର ଏହି ବିବୃତ୍ତି ଦେଇଛନ୍ତି।

ନିକଟରେ ରାଜ୍ୟ ସରକାର କହିଛନ୍ତି ଯେ ବଙ୍ଗଳାର ବିଭିନ୍ନ ସ୍ଥାନରୁ କମ୍ୟୁନିଟି ଟ୍ରାନ୍ସମିସନର ରିପୋର୍ଟ ଆସିଛି ।

ପୂର୍ବରୁ ବିଭିନ୍ନ ସମୟରେ ସରକାର ‘କମ୍ୟୁନିଟି ଟ୍ରାନ୍ସମିସନ୍’ ଶବ୍ଦ ବ୍ୟବହାର କରିବାକୁ ପଛଘୁଞ୍ଚା ଦେଇଛନ୍ତି। କିନ୍ତୁ କେରଳ ରାଜ୍ୟ ସରକାର, ଏପରିକି ଆମ୍ ଆଦମୀ ପାର୍ଟିର ନେତୃତ୍ୱଧୀନ ଦିଲ୍ଲୀ ସରକାର ମଧ୍ୟ ପୂର୍ବରୁ ଏହି ବିଷୟରେ କହିଛନ୍ତି।

ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ମହାମାରୀ ତା’ର ତୃତୀୟ ପର୍ଯ୍ୟାୟକୁ ଯାଉଥିବା କହିଛନ୍ତି କରିଛନ୍ତି ଯାହାକିହେଉଛି କମ୍ୟୁନିଟି ଟ୍ରାନ୍ସମିସନ୍ ।

କମ୍ୟୁନିଟି ଟ୍ରାନ୍ସମିସନ୍ ହେଉଛି ଏକ ପର୍ଯ୍ୟାୟ ଯେତେବେଳେ ସଂକ୍ରମଣ ବ୍ୟାପକ ହୋଇଯାଏ ଯେତେବେଳେ ରୋଗୀ କିଏ ତାହା ଆକଳନ କରିବା କଷ୍ଟକର ହୋଇଯାଏ । ସଂକ୍ରମଣର ଉତ୍ସ ଏବଂ ଶୃଙ୍ଖଳା ନିୟନ୍ତ୍ରଣ ବାହାରେ ହୋଇଯାଏ ।

ବାସ୍ତବରେ, ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦ୍ୱାରା ନିଯୁକ୍ତ ଏକ କମିଟି କହିଛି ଯେ ଦେଶର ଅତି କମରେ ୩୦% ଜନସଂଖ୍ୟା ଜୀବାଣୁ ବିରୁଦ୍ଧରେ ଶରୀରରେ ଆଣ୍ଟିବଡି ବିକଶିତ କରିଛନ୍ତି।

କମିଟି ଏହା ମଧ୍ୟ କହିଛି ଯେ ଫେବୃୟାରୀ ୨୦୨୧ ସୁଦ୍ଧା ଦେଶରେ ସମୁଦାୟ ଆନୁମାନିକ ଲକ୍ଷଣ ସଂକ୍ରମଣ  ୧,୦୬,୦୦୦ ରେ ପହଞ୍ଚିବ ।

Leave A Reply

Your email address will not be published.