Latest Odisha News

BREAKING NEWS

ଏମବିବିଏସ ପରୀକ୍ଷାରେ ନକଲ କରୁଥିବା ବେଳେ ଧରାପଡିଲେ ହାଇଟେକ ମୁନ୍ନାଭାଇ

ଆଗ୍ରା: ଏଠାରେ ଭୀମରାଓ ଆମ୍ବେଦକର ୟୁନିଭରସିଟିରେ ଏମବିବିଏସ ପରୀକ୍ଷରେ ନକଲ କରି ଧରା ପଡିଛନ୍ତି ୧୦ ହାଇଟେକ ମୁନ୍ନାଭାଇ । ନକଲ ହୋଉଥିବା ଅଭିଯୋଗ ପାଇବା ପରେ ପ୍ରିନ୍ସପାଲ ଅଶୋକ କୁମାର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନକଲକାରୀ ଧରିବା ପରେ ତାଙ୍କ ଶୈଳି ନେଇ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲା । ତାବିଜ ମଧ୍ୟରେ ସିମ୍ ଏବଂ କାନରେ ବ୍ଲୁଟୁଥ ଲଗାଇ ସେମାନେ ନକଲ କରୁଥିଲେ ।

ପୋଲିସ ଚଢ଼ାଉ ପରେ ବାହାରେ ସେମାନଙ୍କୁ ଉତର ଡାକୁଥିବା ବ୍ୟକ୍ତିମାନେ ଫେରାର ହୋଇ ଯାଇଥିଲା । ଏମବିବିଏସ ଫାଇନାଲ ପ୍ରଫେଶନାଲ (ପାର୍ଟ-୧) ନେତ୍ର ବିଜ୍ଞାନର ଏହି ପରୀକ୍ଷା ଥିଲା । ଗିରଫ ହୋଇଥିବା ଛାତ୍ରମାନଙ୍କୁ ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.