Latest Odisha News

ଫିକା ପଡିଲା ପ୍ରଥମ ଡେଟ୍; ପାର୍ଟନରର ଉଦାରତା ମାପିବାକୁ ୨୩ ଜଣ ସମ୍ପର୍କୀୟଙ୍କ ସହ ପହଞ୍ଚିଲେ ମହିଳା

ବେଜିଂ: ପ୍ରଥମ ଡେଟ୍ ସବୁବେଳେ କଠିନ ଅଟେ । ବିଶେଷକରି ଯେତେବେଳେ ଏହା ବ୍ଲାଇଣ୍ଡ ଡେଟ୍ ହୋଇଥାଏ। ଆପଣ କ’ଣ ଚାହାନ୍ତି ଆପଣଙ୍କୁ ଜଣା ନଥାଏ ଏହାସତ୍ତ୍ୱେ ମଧ୍ୟ ଆପଣ ଆଶା କରନ୍ତି ଯେପରି ଏହି ଡେଟ୍ ଟି ପରଫେକ୍ଟ ହେଉ। ପ୍ରଶ୍ନ ହେଉଛି, ଆପଣ ଆପଣଙ୍କର ଡେଟରେ ନିଜ ପାର୍ଟନରଙ୍କ ଚରିତ୍ର କେବେ ପରୀକ୍ଷା କରିଛନ୍ତି?

ଚୀନ୍‌ର ଜଣେ ମହିଳା ନିଜ ପାର୍ଟନରଙ୍କ ସହ ବ୍ଲାଇଣ୍ଡ ଡେଟ୍ ରେ ଯାଇଥିଲେ। ନିଜ ପାର୍ଟନରଙ୍କ ଉଦାରତା ପରୀକ୍ଷା କରିବାକୁ ଯାଇ ସମ୍ଭବତ ଏହି ଡେଟ୍ କୁ ସମ୍ଭବତଃ ସବୁଠୁ ଖରାପ ଡେଟ୍ ରେ ପରିଣତ ହୋଇଯାଇଥିଲା।

କୌଣସି ପୂର୍ବ ସୂଚନା ବିନା, ସେ ଜଣେ ନୁହେଁ କି ଦୁଇଜଣ ନୁହଁନ୍ତି ପ୍ରାୟ ନିଜର ୨ ଡଜନ ସମ୍ପର୍କୀୟଙ୍କୁ ଏହି ରୋମାଣ୍ଟିକ ସନ୍ଧ୍ୟାର ଡେଟରେ ସାମିଲ କରାଇଥିଲେ । କେବଳ ପୁଅଟିର ଉଦାରତା ପରୀକ୍ଷା କରିବାକୁ ଯୁବତୀ ଜଣଙ୍କ ଏପରି କରିଥିଲେ ।

ଯେଉଁଠି ଏହିଭଳି ରୋମାଣ୍ଟିକ ଡେଟ୍ ରେ ଏକ ଶାନ୍ତ ସ୍ଥାନରେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ମହମବତୀ ଆଲୁଅରେ ରାତ୍ରୀ ଭୋଜନ ଆଶା କରାଯାଏ ଏହାର ଚିତ୍ର କିନ୍ତୁଥିଲା ସମ୍ପୂର୍ଣ୍ଣ ଭିନ୍ନ। ନିଜର ସୁରକ୍ଷା ପାଇଁ ଅନେକ ମହିଳା ଏହିଭଳି ବ୍ଲାଇଣ୍ଡ ଡେଟ୍ ରେ ଜଣେ ସାଙ୍ଗକୁ ସାଥିରେ ନେଇଯାଆନ୍ତି ମାତ୍ର ଏଠାରେ ଏକାବେଳେ ୨୩ ଜଣ।

ତେବେ ଏହି ଡେଟ୍ ଟି କେତେ ସଫଳ ତଥା ବିଫଳ ହୋଇଛି ତାହା ଦୃଷ୍ଟି ଭଙ୍ଗୀ ଉପରେ ନିର୍ଭର କରେ। ମାତ୍ର ଯେତେବେଳେ ୨୩ ଲୋକଙ୍କ ହୋଟେଲ ବିଲ ପାଖାପାଖି ୨,୨୦,୮୭୮ ଟଙ୍କା ଆସିଲା ସେତେବେଳେ ଯୁବକ ଜଣଙ୍କ ରେଷ୍ଟୁରାଣ୍ଟରୁ ଲୁଚି ପଳାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ।

ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ନିଜର ପରିଚୟକୁ ଗୋପନ ରଖିବାକୁ ଚାହିଁଛନ୍ତି। ଏହି ରିପୋର୍ଟ ଚାଇନାର ଏକ ସ୍ଥାନୀୟ ଖବର କାଗଜ, ତାଇଜହୋ ଇଭିନି ନ୍ୟୁଜରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଏହି ବ୍ଲାଇଣ୍ଡ ଡେଟ୍ ଟି ଉକ୍ତ ଯୁବକଙ୍କ ମାଆଙ୍କ ଆୟୋଜନ କରିଥିଲେ। ଅନ୍ୟ ମାଆଙ୍କ ଭଳି ସେ ମଧ୍ୟ ତାଙ୍କ ପୁଅକୁ ଶୀଘ୍ର ବିବାହ କରାଇ ଦେବାକୁ ଚାହିଁଥିଲେ।

Comments are closed.