ଭୁବନେଶ୍ୱର: କରୋନା ଟୀକାକରଣ ପାଇଁ ଓଡିଶା ସରକାର ସ୍ୱାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି।
ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ) ପ୍ରଦିପ୍ତ କୁମାର ମହାପାତ୍ର ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଓଡିଶା ରାଜ୍ୟ ଶାଖା), ଆୟୁଷ ଆସୋସିଏସନ୍, ନର୍ସିଂ ଆସୋସିଏସନ୍, ପାରାମେଡିକ୍ ୱାର୍କର୍ସ ଆସୋସିଏସନ୍ ଏବଂ ଘରୋଇ ହସ୍ପିଟାଲ୍ ମାଲିକ ସଂଘକୁ ଚିଠି ଲେଖିଛନ୍ତି। ଏପରିକି ଅକ୍ଟୋବର ୨୯ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନାମ ଡାଟାବେସରେ ଲେଖାଇବାକୁ କହିଛନ୍ତି।
କୋଭିଡ-19 ଟିକା ଶୀଘ୍ର ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମ୍ପର୍କରେ ସୂଚନା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ/ମ୍ୟୁନିସିପାଲିଟି କମିଶନର/ସିଡିଏମ୍ ଏବଂ ପିଏଚଓ/ଏଡିପିଏଚଓ (ଏଫଡବ୍ଲ୍ୟ) ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.