Latest Odisha News

BREAKING NEWS

ଏବେ ପୁଣି ଖାଁ ଖାଁ ଲଗୁଛି ‘ବାବା କା ଢାବା’…

ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବାବାଙ୍କ ଢାବା’ ତ ଆପଣଙ୍କର ମନେଥିବ । ଅକ୍ଟୋବର ୮ ରେ, କମଳା ରଙ୍ଗର ଟି-ସାର୍ଟରେ ଫୁଡ଼ ଷ୍ଟଲ୍ ଚଳାଉଥିବା ୮୦ ବର୍ଷୀୟ କାନ୍ତ ପ୍ରସାଦଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡ଼ିଓରେ କାନ୍ଦି କାନ୍ଦି ବାବା କହିଥିଲେ ଯେ ଲକଡାଉନରେ କିପରି ବଞ୍ଚିବା କଷ୍ଟସାଧ୍ୟ ହୋଇପଡିଛି।

BjdElectrycity

ଆଜିର ସମୟରେ ସୋସିଆଲ ମିଡିଆର ଅନେକ ପ୍ରଭାବ ରହିଛି । ଏହି ସୋସିଆଲ ଯୋଗୁଁ କିଛିଦିନ ତଳେ ଲୋକଲୋଚନକୁ ଆସିଥିଲା ବାବା କା ଢାବା।

ସୋସିଆଲ ମିଡିଆରେ ଏହି ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ ହେବା ମାତ୍ରେ ଦିଲ୍ଲୀର ଉଦାରତା ମଧ୍ୟ ବୃଦ୍ଧି ପାଇଲା। ବାବାଙ୍କ ଢାବାର ମଟର ପାନିର, ଭାତ ଏବଂ ରୁଟି ସଭିଙ୍କୁ ଆକର୍ଷିତ କରିଥିଲା।

ବାବାଙ୍କର ଏହି ଢାବା ନିକଟକୁ କିଛି ଲୋକ ଖାଇବା ପାଇଁ ତ, କେହି ଫଟୋଗ୍ରାଫ୍ ଏବଂ କେହି କେହି ଦୟା ଏବଂ ପରୋପକାର ନାମରେ ଆସି ନିଜ ଭାବମୂର୍ତ୍ତିକୁ ଚମକାଇବାରର ଲାଗିଲେ। ମାଲଭିଆ ନାଗର ରାସ୍ତାରେ ଥିବା ଏହି ଛୋଟ ଷ୍ଟଲ୍ ଟି ପାଖରେ ଲାଗିଲା ଲୋକଙ୍କ ଭିଡ଼ ।

ଭିଡିଓ ଭାଇରାଲ ହେବାର ମାତ୍ର ଦିନ ପରେ ବାବାଙ୍କ ଢାବାରୁ ଲୋକ ଧୀରେଧୀରେ ଅଦୃଶ୍ୟ ହେବାରେ ଲାଗିଲେଣି। ବର୍ତ୍ତମାନ କେବଳ ଅଳ୍ପ ଲୋକ ଏଠାକୁ ଖାଇବାକୁ ଆସୁଛନ୍ତି । କେତେକ ଖାଲି ସେଲଫି ନେବାକୁ ଏଠାକୁ ଆସୁଛନ୍ତି।

ସୋସିଆଲ ମିଡିଆ ଷ୍ଟାରରେ ପରିଣତ ହୋଇଥିବା ୮୦ ବର୍ଷିୟ କାନ୍ତ ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମି ଦେବୀଙ୍କ ଲୋକପ୍ରିୟତା ଟିକେ ହ୍ରାସ ପାଇଛି କିନ୍ତୁ ତଥାପି କାମ ଚାଲିଛି। ବର୍ତ୍ତମାନ ସେଠାରେ ଗ୍ରାହକ କମ୍ ଏବଂ ଭିଡିଓ ଏବଂ ସେଲଫି ପାଇଁ ଅଧିକ ଲୋକ ଆସୁଛନ୍ତି ।

ବାବା କହିଛନ୍ତି କୌଣସି କମ୍ପାନୀର ତାଙ୍କ ପ୍ରତି ସହାନୁଭୂତି ନଥିଲା, ସମସ୍ତେ ତାଙ୍କ ବ୍ରାଣ୍ଡକୁ ପ୍ରମୋଟ କରିବାକୁ ସେଠାକୁ ଆସିଥିଲେ । ଏବେ ଆଉ ସେଠାରେ କିଛି ସେ ସବୁ ନାହିଁ। ତେବେ ମଧ୍ୟ ପ୍ରଥମ ଥର ପାଇଁ ଭିଡିଓ ଭାଇରାଲ କରିଥିବା ବ୍ଲଗର୍ଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.