Latest Odisha News

ଯା ଦେବୀ ସର୍ବ ଭୂତେଷୂ..

ନିରୁପମା ପତି                                                         

ମାଗୋ ଦଶଭୁଜା
ଅମ୍ବିକା ,ଗିରିଜା
ଶିବାନୀ, ଭବାନୀ,ଜୟା,
ନାରୀ ନାରାୟଣୀ
ପତିତପାବନୀ
ଶାକମ୍ବରୀ, ଯୋଗମାୟା ,(୧)

ମାତା ମାହେଶ୍ୱରୀ
ତ୍ରିଶୂଳ ଧାରଣୀ
ସିଂହବାହିନୀ ତୁ ଉମା,
ବ୍ରହ୍ମ ଚାରିଣୀ ଗୋ
ମହିଷା ମର୍ଦିନୀ
ଶୈଳୀପୁତ୍ରୀ,ଶିଵଵାମା (୨)

ବିପଦ ହାରିଣୀ
ଖଡ୍ଗ ପ୍ରହାରିଣୀ
ଜଗତଜନନୀ ତୁହି,
ସର୍ବ ତ୍ରାଣକର୍ତ୍ତୀ
ମଙ୍ଗଳ କାରିଣୀ
ଜୟ ଦୁର୍ଗା ନାମ ଵହି (୩)

ଦ୍ଵାପର ଯୁଗରେ
ବିଜୁଳି କନ୍ୟା ତୁ
ତ୍ରୈତୟାରେ ଅଷ୍ଟଭୂଜା,
କଳିଯୁଗେ ମାତ
ହୁଅ ପ୍ରକଟିତ
ଶାରଦୀୟ ଦଶଭୁଜା (୪)

କେତେ ପାପାଚାରୀ
ରାକ୍ଷସ ସଂହାରୀ
ଯାଦେଵୀ ସର୍ବ ଭୂତେଷୂ,
ସତ୍ୟ,ଧର୍ମ, ନ୍ୟାୟେ
ପୂଣ୍ୟ ର ବିଜୟେ
ଆନନ୍ଦେ ମର୍ତ୍ତ୍ୟକୁ ଆସୁ(୫)

ବନେ,ଉପଵନେ
ଧରିତ୍ରୀ,ଗଗନେ
ଭକ୍ତ ଡାକେ ଚିତ୍ତ ଭରି,
ବୃକ୍ଷ, ଲତା,ଫୁଲେ
କାଶତଣ୍ଡୀ ମେଳେ
ଆସ ମାଆ ଅଵତରୀ ।(୬)

ରୋଗ, ବ୍ୟାଧି ଦୂର
କରୁଣା ଅପାର
ଆଶିଷ,ଅଭୟ ଦିଅ,
ଜଗତ କଲ୍ୟାଣେ
ଶୁଭ ପ୍ରଦାୟିନୀ
କୋଟି ଦଣ୍ଡବତ ନିଅ (୭)

 

Leave A Reply

Your email address will not be published.