Latest Odisha News

BREAKING NEWS

୨୯ ଦିନ ଧରି ଚାଲିଥିବା ଆର୍ମେନିଆ ଏବଂ ଆଜେରବାଇଜାନ ଯୁଦ୍ଧ ଉପରେ ଲାଗିଲା ବିରାମ; ଏପର୍ଯ୍ୟନ୍ତ ଯୁଦ୍ଧରେ ଯାଇଛି ୫୦୦୦ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ୨୯ ଦିନ ଧରି ଚାଲିଥିବା ଆର୍ମେନିଆ ଏବଂ ଆଜେରବାଇଜାନର ଯୁଦ୍ଧରେ ବିରାମ ଲାଗିଛି। ୨୬ ଅକ୍ଟୋବର ମଧ୍ୟରାତ୍ରିରୁ ଅସ୍ତ୍ରବିରତି ଲାଗୁ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ। ଆମେରିକାର ପଦକ୍ଷେପ ଅନୁଯାୟୀ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଘୋଷଣା କରିଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲାସ୍ ପାସିନାନ୍ ଏବଂ ଆଜେରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ୍‌ଙ୍କୁ ଅଭିନନ୍ଦନ, ଯେଉଁମାନେ ମଧ୍ୟରାତ୍ରିରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ସହମତ ହୋଇଥିଲେ। ଏହା ଅନେକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି। ଏହାପୂର୍ବରୁ ମାଇକ୍‌ ପୋମ୍ପିଓ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅସ୍ତ୍ରବିରତି ଘୋଷଣା କରିଥିଲେ।
ଉଲ୍ଲେଖନୀୟ କଥା ହେଉଛି, ଆର୍ମେନିଆ ଏବଂ ଆଜେରବାଇଜାନ ଦୁଇଟି ଛୋଟ ଦେଶ, କିନ୍ତୁ ସେମାନଙ୍କ ମଧ୍ୟରେ ନାଗ‌ୋର୍ଣ୍ଣୋ କରାବାଖ୍‌କୁ ନେଇ ପ୍ରାୟ ଏକ ମାସ ଧରି ଭୟଙ୍କର ଯୁଦ୍ଧ ଚାଲି ରହିଥିଲା। ସୂଚନାଯୋଗ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଯୁଦ୍ଧରେ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି।

Comments are closed.