ବ୍ରହ୍ମଗିରି: ଆଜି ହେଉଛି ଶାରଦୀୟ ଦୁର୍ଗାତ୍ସବର ଶେଷ ପର୍ବ ପବିତ୍ର ବିଜୟାଦଶମୀ। ଏହି ଅବସରରେ ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି।
ନିତିକାନ୍ତି ଅନୁଯାୟୀ, ଭୋର୍ ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ହୋଇଛି। ଦ୍ବାରପାଳ ପୂଜା ନୀତି ବଢ଼ି ଗୋପାଳ ବଲ୍ଲଭ ଉଠିଛି।
ଏହାପରେ ସୂର୍ଯ୍ୟପୂଜା, ରୋଷହୋମ ନୀତି ବଢିବା ପରେ ଶ୍ରୀଜୀଉଙ୍କ ରାଜାଧିରାଜ ବେଶ ହୋଇଛି। ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ ନୀତି ବଢିବା ପରେ ଅପରାହ୍ନ ଦୁଇଟାରେ ଦ୍ବିପ୍ରହର ଧୂପ ନୀତି ବଢିଛି। ଚିଆଁ ପହଡ଼ ହୋଇ ଅପରାହ୍ନ ୩ଟାରେ ମନ୍ଦିର ଖୋଲା ଯାଇ ଶ୍ରୀଜୀଉଙ୍କ ନୀତିକାନ୍ତି ଚାଲିଥିଲା।
ସଂଧ୍ୟା ୬ଟା ମଧ୍ୟରେ ଶ୍ରୀଜୀଉଙ୍କ ସଂଧ୍ୟା ମଇଲମ, ସଂଧ୍ୟା ଆଳତି, ସଂଧ୍ୟା ଧୂପ ସହିତ ବଡ଼ସିଂହାର ନୀତି ବଢ଼ିବା ପରେ ପହଡ଼ ଅନୁଷ୍ଠିତ ହୋଇଥିବା ସେବାୟତ ନିଯୋଗ ପକ୍ଷରୁ କୁହାଯାଇଛି।
Comments are closed.