Latest Odisha News

BREAKING NEWS

ଦଶହରାରେ ରାବଣ ଜାଗାରେ ଜଳିଲା ମୋଦିଙ୍କ ପୁତ୍ତଳିକା, ରାହୁଲଙ୍କୁ ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ: ରାବଣ ବଦଳରେ ଜଳିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା । ଦଶହରା ଅବସରରେ ପଞ୍ଜାବରେ ରାବଣ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗଇ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି । ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ଏହି ଘଟଣା ପଛରେ କଂଗ୍ରେସର ଷଡଯନ୍ତ୍ର ଥିବା ବିଜେପି କହିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସିଧାସଳଖ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।  ନଡ୍ଡା କହିଛନ୍ତି ଯେ, ଏହି ହାଇଭୋଲଟେଡ୍ ଡ୍ରାମା ପଛରେ ରାହୁଲ ହେଉଛନ୍ତି ମାଷ୍ଟରମାଇଣ୍ଡ । ଏଭଳି ଘଟଣା ଘଟିବା ଲଜ୍ଜାଜନକ କିନ୍ତୁ ଅପ୍ରତ୍ୟାଶିତ ନୁହେଁ।

ଅନ୍ୟପଟେ ରାହୁଲ ଏହି ଘଟଣା ନେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପରେ ପଞ୍ଜାବବାସୀଙ୍କ ଆକ୍ରୋଶ ଏହି ସ୍ତରରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ବିଷୟ। ପ୍ରଧାନମନ୍ତ୍ରୀ ପଞ୍ଜାବ ଜନତାଙ୍କ ସହ ଆଲୋଚନା କରିବା ଉଚିତ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କ ପାଖକୁ ଯିବା ଉଚିତ, ତାଙ୍କ କଥା ଶୁଣିବା ଉଚିତ ଓ ତୁରନ୍ତ ରିଲିଫ ଦେବା ଉଚିତ ।

ସୂଚନାଯୋଗ୍ୟ ଯେ, ନୂଆ କୃଷି ଆଇନ ବିରୁଦ୍ଧରେ କିଛି ଦିନ ହେଲା ପଞ୍ଜାବରେ ଅସନ୍ତୋଷ ଦେଖାଦେଇଛି।  ଏହି ପରିପ୍ରେକ୍ଷୀରେ ରବିବାର ଦିନ ପଞ୍ଜାବରେ କିଛି ଲୋକ ରାବଣ ମୁହଁରେ ମୋଦିଙ୍କ ମୁଖା ଲଗାଇ ତାକୁ ପଡ଼ିଥିଲେ। ଏନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା ପୋଡାଯାଇଥିବା ନିହାତି ଲଜ୍ଜାଜନକ ଡ୍ରାମା ରାହୁଲ ଗାନ୍ଧୀଙ୍କ ଦ୍ୱାରା ନିର୍ଦେଶିତ। ରାହୁଲ ଗାନ୍ଧୀଙ୍କ ଠାରୁ ସେ ଏହିଭଳି ଆଶା କରିନଥିଲେ ବୋଲି କହିଛନ୍ତି।

Leave A Reply

Your email address will not be published.