Latest Odisha News

BREAKING NEWS

ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ଚାଲିଛି ଜୋରଦାର ପ୍ରଚାର । ତିନି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ତେବେ ଏହି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ବାଲେଶ୍ୱର ଓ ତିର୍ତ୍ତୋଲରେ ଦୁଇ ଦିନିଆ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।

ତେବେ ନବୀନଙ୍କ ଏହି ପ୍ରଚାର ଡିଜିଟାଲ ଫର୍ମାଟରେ ହେବ । ଭର୍ଚୁଆଲ ରାଲି କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ତିର୍ତୋଲ ଆସନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ ପଟ୍ଟନାୟକ । ସେହିପରି ୨୯ ତାରିଖରେ ବାଲେଶ୍ୱର ପାଇଁ ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ମୁଖ୍ୟ ପ୍ରଚାର କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାଜ୍ୟର ତିନି ରାଜନୈତିକ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଜୋରଦାର ପ୍ରଚାର କରାଯାଉଛି । ମତଦାନ ପାଇଁ ହାତ ଗଣତି ଦିନ ରହିଥିବା ବେଳେ ଉପନିର୍ବାଚନ ପ୍ରଚାର ମୈଦାନକୁ ବିଜେଡି ସୁପ୍ରିମୋ ଓହ୍ଲାଇବା ବେଶ ଗୁରୁତ୍ୱ ରଖୁଛି ।

 

Leave A Reply

Your email address will not be published.