Latest Odisha News

BREAKING NEWS

ଇଣ୍ଡିଆନ୍ ମୁଜାହିଦ୍ଦିନ ସମେତ ୧୮ ଜଣ ଆତଙ୍କୀ ଘୋଷିତ

ନୂଆଦିଲ୍ଲୀ: ଆତଙ୍କୀ ବିରୋଧରେ ପୁଣି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଆଜି ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଏହା ମଧ୍ୟରେ ରହିଛନ୍ତି ଅସିଦ୍ଧ ଘୋଷଣା ହୋଇଥିବା ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନ ଏବଂ ଇଣ୍ଡିଆନ ମୁଜାହିଦ୍ଦିନର ପ୍ରତିଷ୍ଠାତା ଭଟକଲ ବ୍ରଦର୍ସ । ଆତଙ୍କବାଦୀ ନିରୋଧ ଆଇନ୍ ଅନୁଯାୟୀ ସମସ୍ତଙ୍କୁ ଆତଙ୍କୀ ଘୋଷଣା କରାଯାଇଛି ।

ଏମାନଙ୍କ ସହ ୧୯୯୯ରେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣ ଘଟଣାରେ ସଂପୃକ୍ତ ଥିବା ଅବଦ୍ଦୁଲ ରୌଫ, ଇବ୍ରାହିମ ଅଥର ଓ ୟୁସୁଫ ଆଝାରକୁ ମଧ୍ୟ ଆତଙ୍କୀ ଘୋଷଣା କରିଛନ୍ତି ଭାରତ ସରକାର । ପୂର୍ବରୁ ୟୁଏପିଏ ଅନୁଯାୟୀ କେବଳ ଆତଙ୍କବାଦୀଙ୍କ ସଂଗଠନକୁ ଆତଙ୍କୀ ଘୋଷଣା କରାଯାଉଥିଲା ।

୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଏହି ଆଇନରେ ସଂଶୋଧନ କରିଛନ୍ତି । ଫଳରେ ଏବେ ଉଭୟ ସଂଗଠନ ଓ ଆତଙ୍କୀଙ୍କୁ ଏଥିରେ ସାମିଲ କରାଯାଇଛି । ୨୦୧୯ ସେପ୍ଟେମ୍ବରରେ ୪ ଜଣ, ୨୦୨୦ ଜୁଲାଇରେ ୯ ଜଣ ଏବଂ ଏବେ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି

Leave A Reply

Your email address will not be published.