Latest Odisha News

BREAKING NEWS

ବିହାର ଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍: ପ୍ରଥମେ ମତଦାନ, ତାପରେ ଜଳପାନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଭିତରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ଗଣତନ୍ତ୍ରର ଏହି ମହାନ ପର୍ବରେ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି, କୋଭିଡ୍ କଟକଣା ମାନି ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ । ଦୁଇ ମିଟର ଦୂରତାକୁ ଧ୍ୟାନରେ ରଖିବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ପ୍ରଥମେ ମତଦାନ ଓ ତାପରେ ଜଳପାନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିହାର ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ଭୋଟିଂ ହେଉଛି । ମୈଦାନରେ ଅଛନ୍ତି ୧ ହଜାର ୬୬ ପ୍ରାର୍ଥୀ । ଦୁଇ କୋଟିରୁ ଅଧିକ ଭୋଟର ସେମାନଙ୍କର ମତାଧିକାରୀ ସାବ୍ୟସ୍ତ କରୁଛନ୍ତି ।

Leave A Reply

Your email address will not be published.