Latest Odisha News

BREAKING NEWS

ପାଟିକୁ ଯେତିକି ପିତା ଦେହ ପାଇଁ ସେତିକି ହିତକାରକ ‘ନିମ୍ବ’, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଆମ ଚାରି ପାଖରେ ଅନେକ ଔଷଧୀୟ ଗଛ ରହିଛି । କିଛିଙ୍କ ସମ୍ପର୍କରେ ଆମେ ଜାଣିଥିବା ବେଳେ ଆଉ କିଛିଙ୍କ ସମ୍ପର୍କରେ ଆମେ ଜାଣନ୍ତି ନାହିଁ । ତେବେ ହୁଏତ ଆମେ ସମସ୍ତେ ନିମ୍ବ ସମ୍ପର୍କରେ ଜାଣିଥିବା । ଏହି ବୃକ୍ଷର ଫଳ , ଫୁଲ ,ଚେର ,ଛେଲି ସବୁଥିରେ ଭାରି ରହିଛି ଔଷଧୀୟ ଗୁଣ।

ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ । ନିମ୍ବର ପତ୍ର ଶୋଥହର , ତ୍ଵଚା ପାଇଁ ଉତ୍ତେଜକ , ଚର୍ମରୋଗ , କୀଟନାଶକ , ବ୍ରଣଶୋଧକ, ବ୍ରଣ ରୋପକ , କୁଷ୍ଠଘ୍ନ ଗୁଣଯୁକ୍ତ ଅଟେ।

ନିମ୍ବ ବୃକ୍ଷର ସମସ୍ତ ଅଂଶ ଅପେକ୍ଷା ଏହାର ତୈଳ ଅଧିକ ପ୍ରଭାବଶାଳି ଅଟେ । ଯାଦୁ, କାଚ୍ଛୁ କୁଣ୍ଡିଆ, ଶ୍ଵେତକୁଷ୍ଠ , କୁଷ୍ଠରୋଗ ଏବଂ ଏକଜିମା ପ୍ରଭୃତି ଚର୍ମରୋଗରେ ଏହି ତୈଳର ପ୍ରୟୋଗ ଅତ୍ୟନ୍ତ ହିତକର । ଆଜିକାଲି ଅନେକ ହର୍ବାଲ ସାମଗ୍ରୀ ପ୍ରସ୍ତୃତକାରୀ କମ୍ପାନୀମାନେ ନିମ୍ବ ତେଲରୁ ବିଭିନ୍ନ ଜୀବାଣୁନାଶକ ସାବୁନ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୃତ କରୁଛନ୍ତି । ବିଦେଶକୁ ମଧ୍ୟ ନିମ୍ବ ତେଲ ପ୍ରଚୁର ମାତ୍ରାରେ ରପ୍ତାନି କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି ।

ଏହା ଛଡା ନିମ୍ବ ବୃକ୍ଷର ପତ୍ର ଏକ ଉତ୍ତମ ଜୈବ କୀଟନାଶକ ଭାବରେ ପରିବେଶ ପାଇଁ ଅନୁକୂଳ ପ୍ରମାଣିତ ହୋଇଥାଏ । ଦେଶୀୟ ଚିକିତ୍ସାରେ ଏହାର ସମସ୍ତ ଅଂଶକୁ ଚିକିତ୍ସାରେ ପ୍ରୟୋଗ କରାଯାଇଥାଏ ।

ଭୁଇଁନିମ୍ବ

ଆୟୁର୍ବେଦ ଚିକିତ୍ସକ ମାନେ ଏହାର ମହତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ଦେଶୀୟ ଚିକିତ୍ସାରେ ମଧ୍ୟ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି ।

ଭୁଇଁନିମ୍ବ ଗଛର ପଞ୍ଚଙ୍ଗାରେ ଆଣ୍ଡ୍ରୋଗ୍ରାଫୋଲାଇଡ ୨ରୁ ୨.୫ ପ୍ରତିଶତ ମାତ୍ରାରେ ଏହାଏ । ଏହା ବ୍ୟତିତ, ଏହିଗଛରେ ଫ୍ଲେବନାଇଡସ , ଫିନାଇଲପ୍ରୋ ପେଟାଇଡସ ଥାଏ ଏହିସବୁ କ୍ଷାରାଭ ତତ୍ତ୍ଵ ଯୋଗୁଁ ଏହାର ଔଷଧୀୟ ଗୁଣ ଶୀର୍ଷରେ ଥାଏ । ଆୟୁର୍ବେଦୀୟ ଚିକିତ୍ସାରେ ଏହାକୁ ମୁଖ୍ୟତଃ ଯକୃତ ସମ୍ବନ୍ଧୀୟ ରୋଗ , କୃମିରୋଗ , ରକ୍ତହୀନତା , ଜ୍ଵର ଓ ପେଟ ରୋଗରେ ବ୍ୟବହାର କରାଯାଏ ।

Leave A Reply

Your email address will not be published.