ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୩ ନଭେମ୍ବରରେ ହେବାକୁ ଯାଉଛି। ଏହାପୂର୍ବରୁ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍ ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିଲେ। ସେ ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିବାବେଳେ କହିଥିଲେ ଟ୍ରମ୍ପ୍ ଜଣେ ‘ଫାଇଟର୍’।
ପେନସିଲଭାନିଆରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରି ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍ କହିଛନ୍ତି ଯେ ‘ଡୋନାଲ୍ଡ ଇଜ୍ ଏ ଫାଇଟର୍’। ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶକୁ ବହୁତ ଭଲ ପାଆନ୍ତି। ସେମାନେ ପ୍ରତିଦିନ ଆପଣମାନଙ୍କ ପାଇଁ ଲଢନ୍ତି। ନିକଟରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୁଅ କରୋନା ସଂକ୍ରମିତ ହୋଇଥିଲେ ଯେଉଁ କାରଣରୁ ମେଲାନିଆ ଟ୍ରମ୍ପ୍ ଗତ ସପ୍ତାହରେ ତାଙ୍କ ସ୍ୱାମୀଙ୍କ ସହ ନିର୍ବାଚନ ପ୍ରଚାରରେ ଭାଗ ନେଇପାରିନଥିଲେ।
ମେଲାନିଆ ଟ୍ରମ୍ପ୍ କହିଛନ୍ତି ଯେ “ଯେତେବେଳେ ଆମ ପରିବାର କରୋନା ସଂକ୍ରମଣରେ ଶିକାର ହୋଇଥିଲେ, ସେତେବେଳେ ଆପଣମାନେ ଦେଇଥିବା ପ୍ରେମ ଏବଂ ସମର୍ଥନ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛୁ।” ଏହାସହିତ ମେଲୋନିଆ ଟ୍ରମ୍ପ୍ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ୨ ଲକ୍ଷରୁ ଅଧିକ ଆମେରିକୀୟଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।
ମେଲାନିଆ ଟ୍ରମ୍ପ କହିଛନ୍ତି ଯେ ମୁଁ ଜାଣେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି କିମ୍ବା ଏହି ସଂକ୍ରମଣ ହେତୁ ପ୍ରଭାବିତ ହୋଇଛନ୍ତି। ଏଭଳି କଠିନ ସମୟରେ ମୋ ପରିବାରର ପ୍ରାର୍ଥନା ତୁମ ସମସ୍ତଙ୍କ ସହ ରହିଛି। ଶୀଘ୍ର ଆମେ ଏହାକୁ ପରାସ୍ତ କରିବା।”
BREAKING NEWS
- Dhauli Gang-Rape Case: ଧଉଳି ଗଣଦୁଷ୍କର୍ମ ମାମଲା: ଧରାପଡିଲା ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ
- ସହଜ ହେଲା ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍, ୨୦ ହଜାର ଟଙ୍କାରେ କରିପାରିବେ ପଞ୍ଜିକରଣ
- ସୁକମାରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ
- Naxal surrender: ୧୧ ମାଓବାଦୀଙ୍କ ଆତ୍ମସମର୍ପଣ ; ମୁଣ୍ଡରେ ଥିଲା ୩୭ ଲକ୍ଷ
- Book festival: ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ୬.୫ କୋଟିର ବ୍ୟବସାୟ; ୧୨ ଦିନରେ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକ…
- Odisha Police: ‘ଅପରେସନ ଧରପଗଡ’; ୩୬ ବନ୍ଧୁକ ସହ ୭୧ ଗୁଳି ଜବତ, ଗିରଫ ହେଲେଣି…
- Amazon Pay Biometric Authentication:ବିନା ପିନ୍ ରେ ହେବ ଟ୍ରାଞ୍ଜେକ୍ସନ; ଏହି ଆପ୍ ଆଣିଲା ବାୟୋମେଟ୍ରିକ୍ UPI ଫିଚର
- ଏଏମ୍/ଏନ୍ଏସ୍ ଇଣ୍ଡିଆ ଏନଇସିଏ ୨୦୨୫ର ଶ୍ରେଷ୍ଠ ନବସୃଜନ ପୁରସ୍କାରରେ ସମ୍ମାନିତ
- ବାରମ୍ୱାର ଆସୁଛି କି Silent Calls? ଜାଣନ୍ତୁ ଏହା କ’ଣ… ନହେଲେ ଫସିଯିବେ
- ମୋବାଇଲ ୟୁଜର୍ସଙ୍କୁ ଝଟ୍କା ! କିଛି ଦିନ ଭରତେ ବଢ଼ିିଯିବ ରିଚାର୍ଜ ପ୍ଲାନ
Comments are closed.