Latest Odisha News

BREAKING NEWS

‘ସେଲ୍‌ଫ ହେଲ୍‌ପ ଗୁରୁ’ କିଥ୍ ରେନିୟର୍‌ଙ୍କୁ ୧୨୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଆମେରିକାରେ ନିଜକୁ ‘ସେଲ୍ଫ୍ ହେଲପ୍ ଗୁରୁ’ ବୋଲି ବର୍ଣ୍ଣନା କରୁଥିବା କିଥ୍ ରେନିୟର୍‌ ଦଣ୍ଡିତ କରାଯାଇଛି। ନିରୀହ ମହିଳାମାନଙ୍କୁ ଯୌନ ଦାସ କରିବା ଅଭିଯୋଗରେ କିଥ୍ ରେନିୟର୍‌ଙ୍କୁ ଆମେରିକାର କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ଅପରାଧ ପାଇଁ କୋର୍ଟ ଦୋଷୀ ସାବ୍ୟସ୍ତ କିଥ୍ ରେନିୟର୍‌ଙ୍କୁ ୧୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅନେକ ମହିଳା କିଥ୍ ଉପରେ ଯୌନ ଦାସ ଭାବରେ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି। ମହିଳାମାନେ ଅଭିଯୋଗ କରିଛନ୍ତି ଯେ କିଥ୍ ସେମାନଙ୍କୁ ପ୍ରଥମେ ଯୌନ ଦାସ ବନଉଥିଲେ ଏବଂ ଏହା ପରେ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ। କୋର୍ଟ ୬୦ ବର୍ଷ ବୟସ୍କ କିଥ୍‌ଙ୍କୁ ୧୨୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏବେ ତାଙ୍କୁ ସାରା ଜୀବନ ଜେଲରେ ରହିବାକୁ ପଡ଼ିବ।

କିଥ୍ ନକ୍ସିଭ୍ ନାମକ ଏକ ସଂଗଠନ ଗଠନ କରିଥିଲେ, ଯାହାର ମୁଖ୍ୟ କିଥ୍ ନିଜେ ଥିଲେ। ଏହି ସଂଗଠନରେ  ତାଙ୍କ ବ୍ୟତୀତ ଆଉ ସମସ୍ତେ ମହିଳା ଥିଲେ। ଏହି ସଂଗଠନ ସହିତ ଜଡିତ ମହିଳାମାନଙ୍କୁ କିଥ୍‌ଙ୍କ ସହ ବଳପୂର୍ବକ ଭା‌ବେ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା। କିଥ୍‌ଙ୍କ ବିରୋଧରେ ଯୌନ ଶୋଷଣ ବ୍ୟତୀତ ଯୌନ କାରବାର, ପ୍ରତାରଣା, ଅପରାଧିକ ଷଡଯନ୍ତ୍ର ଏବଂ ଚୋରା ଚାଲାଣ ଭଳି ମାମଲା ମଧ୍ୟ ପ୍ରମାଣିତ ହୋଇଛି।

Leave A Reply

Your email address will not be published.