Latest Odisha News

BREAKING NEWS

ତିର୍ତ୍ତୋଲ ପାଇଁ ନବୀନଙ୍କ ଡିଜିଟାଲ ପ୍ରଚାର

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି । ସେଠାରେ ଅନେକ ବିକାଶ ମୂଳକ ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ନିଆଯିବ ।

ସେ ତିର୍ତ୍ତୋଲ ଯାଇଥିଲେ ସେଠାକାର ବାସିନ୍ଦା ଅଧିକ ସଂଖ୍ୟାରେ ଆସିଥାନ୍ତେ । ତାଙ୍କୁ ଆଶୀର୍ବାଦ ଦେଇଥାନ୍ତେ । ତେବେ ଏହା କରୋନା ପାଇଁ ସମ୍ଭବ ହୋଇପାରିନାହିଁ । ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସେ ଭିଡିଓ କନଫରେନ୍ସିଂରେ ସାମ୍ନାକୁ ଆସିଛନ୍ତି । କରୋନା ନିୟନ୍ତ୍ରଣକୁ ଆସିବା ପରେ ସେ ତିର୍ତ୍ତୋଲ ଯାଇ ଲୋକଙ୍କ ସୁଖ ଦୁଃଖ ବୁଝିବେ ଏବଂ ସେଠାକାର ବିକାଶ କାମର ତଦାରଖ କରିବେ ବୋଲି ନବୀନ କହିଛନ୍ତି ।

ବିଷ୍ଣୁ ଦାସଙ୍କୁ ତିର୍ତ୍ତୋଲବାସୀ ବହୁ ଭୋଟ୍ ଦେଇ ବିଜୟ କରିଥିଲେ । ଦୁଃଖର କଥା ସେ ଏବେ ଆମ ଗହଣରେ ନାହାଁନ୍ତି । ତେବେ ଚଳିତ ନିର୍ବାଚନରେ ପୁଣି ବିଜେଡିକୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ବିଜେଡି ସୁପ୍ରିମୋ ତିର୍ତ୍ତୋଲ ବାସୀଙ୍କୁ ଅନୁରୋଧ କରିଛନ୍ତି ।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, କୋଭିଡ ମୁକାବିଲା ପାଇଁ ଓଡିଶା ବିଶ୍ୱସ୍ତରରେ ଏକ ମଡେଲ ପାଲଟିଛି । ଓଡିଶାର ପଦକ୍ଷେପ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରାଜ୍ୟକୁ ପ୍ରଶଂସା କରିଛି । ତେଣୁ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ସରକାରଙ୍କ ଲକ୍ଷ୍ୟ ହୋଇ ରହିଛି । ମିଶନ ଶକ୍ତିର ମାଆ ମାନେ ବିକାଶର ନୂଆ ପରିଚୟ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.