Latest Odisha News

BREAKING NEWS

ଜମାକାରୀଙ୍କୁ ରୋଜଭ୍ୟାଲି ଚିଟଫଣ୍ଡ ଟଙ୍କା ଫେରସ୍ତ ଲାଗି ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ : କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଗୁରୁବାର ଦିନ ରାଜ୍ୟ ସରକାରଙ୍କୁ ରୋଜଭ୍ୟାଲି ଚିଟ ଫଣ୍ଡ ସଂସ୍ଥାର ଜମାକାରୀଙ୍କ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଦାଲତଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଏବେ ରାଜ୍ୟ ସରକାରଙ୍କୁ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀଙ୍କୁ ପ୍ରାୟ ୯୨ କୋଟି ୮ ଲକ୍ଷ ଟଙ୍କା ଜମା ରାଶି ଅର୍ଥ ଫେରାଇବାକୁ ପଡିବ ।

ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତ ସ୍ତରରେ ରାଜସ୍ୱ ଇନ୍ସପେକ୍ଟର ଦ୍ୱାରା ପ୍ରକୃତ ଜମାକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମସ୍ତ ଟଙ୍କା ଫେରସ୍ତ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସମସ୍ତ ଟଙ୍କା ଅନଲାଇନ ଯୋଗେ ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ।

ଅନ୍ୟପକ୍ଷରେ ଯେଉଁ ଜମାକାରୀମାନେ ଚିଟଫଣ୍ଡ କମ୍ପାନୀରେ ପ୍ରାୟ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ, ସେମାନଙ୍କୁ ସଂପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ । ଏଥିସହିତ ଯେଉଁ ଜମାକାରୀମାନେ ୭ ହଜାର ଟଙ୍କାରୁ ଅଧିକ ଓ ୧୦ ହଜାର କମ୍ ଟଙ୍କା ଚିଟଫଣ୍ଡ କମ୍ପାନୀରେ ରଖିଥିଲେ ସେମାନଙ୍କୁ ୭ ହଜାର ଟଙ୍କା ମିଳିବା ସହ ବଳକା ଟଙ୍କାର ୫୦ ପ୍ରତିଶତ ଫେରସ୍ତ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.