Latest Odisha News

BREAKING NEWS

ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପରେ କରୋନା ଯୋଗୁ ୧୭ କୋଟିରୁ ଅଧିକ ଜୀବିକା ଯାଇପାରେ; ଡବ୍ଲ୍ୟୁଟିଟିସି

ନୂଆଦିଲ୍ଲୀ: ଯଦି କୋଭିଡ -୧୯ ସଙ୍କଟ କାରଣରୁ ଲାଗୁ ହୋଇଥିବା ବର୍ତ୍ତମାନର ପ୍ରତିବନ୍ଧକ ଜାରି ରହେ, ତେବେ ଚଳିତ ବର୍ଷ ଯାତ୍ରା ଏବଂ ପର୍ଯ୍ୟଟନ ଶିଳ୍ପରେ ୧୭.୪ କୋଟି ଲୋକ ନିଜ ଜୀବିକା ହରାଇବେ ବୋଲି ଆକଳନ କରାଯାଇଛି। ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ପରିଷଦ (WTTC) ଶୁକ୍ରବାର କହିଛି ଯେ ଏହା ପୂର୍ବ ଆକଳନଠାରୁ କମ୍ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ଘରୋଇ ପର୍ଯ୍ୟଟନର ଉନ୍ନତି। ପରିଷଦ ପକ୍ଷରୁ ଗତ ଜୁନ୍ ମାସରେ ପର୍ଯ୍ୟଟନ କ୍ଷେତ୍ରରେ ୧୯.୭ କୋଟି ‌ଲୋକ ବେରୋଜଗାର ହୋଇଥିବା ଆକଳନ କରାଯାଇଥିଲା।

ପରିଷଦ କହିଛି ଯେ ଯାତ୍ରା ଉପରେ ପ୍ରତିବନ୍ଧକ ଜାରି ରହିଲେ ଚଳିତ ବର୍ଷ ବିଶ୍ୱ‌ ଜିଡିପିରେ ଏହି କ୍ଷେତ୍ରଗୁଡ଼ିକର ଅବଦାନ ୪୭୦୦ ବିଲିୟନ ଡ଼ଲାରରେ ହ୍ରାସ ହୋଇପାରେ। ଗତ ବର୍ଷର ତୁଳନାରେ ଏହା ୫୩ ପ୍ରତିଶତ ହ୍ରାସ ପାଇପାରେ।

ପରିଷଦର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ଲୋରିଆ ଗୁଏଭାରା କହିଛନ୍ତି ଯେ ଏହି କ୍ଷେତ୍ରରେ ଉନ୍ନତି ଆଣିବାରେ ଆହୁରି ବିଳମ୍ବ ହେବ। ଆହୁରି ଅନେକ ଚାକିରି ଯାଇପାରେ। ଯାତ୍ରା ପରେ ଅଲଗା ଅଲଗା ରହୁଥିବା ଲୋକଙ୍କ ଅବସ୍ଥା କେତେ ଶୀଘ୍ର ପରିବର୍ତ୍ତନ ହେଉଛି ଏହା ତାହା ଉପରେ ଏହା ନିର୍ଭର କରିଥାଏ। ଏହାସହିତ ଯାତ୍ରା ପୂର୍ବରୁ ଏବଂ ପରେ, ବିମାନବନ୍ଦରରେ କୋଭିଡ -୧୯ ର ଯାଞ୍ଚ କେତେ ଶସ୍ତା ହେଉଛି ତା ଉପରେ ମଧ୍ୟ ନିର୍ଭର କରେ।

Comments are closed.