Latest Odisha News

‘ବନ୍ଦେ ମାତରମ୍‌’ ଗାଇ ଧମାଲ କରିଥିବା କୁନି ଝିଅକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ’ର କଣ୍ଟେମପୋରାରୀ ଭର୍ସନ ଗାଇ ଧମାଲ କରିଥିବା ମିଜୋରାମର ୪ ବର୍ଷୀୟ କୁନି ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।

ମିଜୋରାମର ୪ ବର୍ଷୀୟ ଏସ୍ତେର ହମତେ ନାମକ କୁନି ଝିଅର ଏହି ଭିଡିଓ ଖୁବ୍ ପପୁରାଲ୍ ହୋଇଥିବା ବେଳେ ଏହା ମିଜୋରାମ୍ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏପରିକି ସେ ଉକ୍ତ ଭିଡିଓକୁ ଶେୟାର ମଧ୍ୟ କରିଥିଲେ ।

ଯାହା ପରେ ଉକ୍ତ ଭିଡିଓକୁ ରିଟ୍ୱିଟ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭଲଭାବେ କଥା କହି ପାରୁନଥିବା ଏହି କୁନି ଝିଅ ‘ମା’ ତୁଝେ ସଲାମ’ ଗୀତ ଗାଇ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ ।

ତେବେ ଭାରତୀୟ ପତାକା ସହ ‘ମା’ ତୁଝେ ସଲାମ’ ଗୀତ ଗାଉଥିବା ଏସ୍ତେର ମିଜୋ, ଇଂରାଜୀ ଓ ହିନ୍ଦୀ ଭଳି ଗୀତ ଗାଇଥାନ୍ତି । ଏପରିକି ତାଙ୍କ ନିଜସ୍ୱ ୟୁଟ୍ୟୁବ୍ ଚାନେଲ୍ ବି ରହିଛି ।

Comments are closed.