Latest Odisha News

BREAKING NEWS

ଆଇପିଏଲରେ କୋହଲିଙ୍କୁ ରେକର୍ଡ ଥର ଆଉଟ କଲେ ସନ୍ଦୀପ

ଶାରଜା:ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଅଧିନାୟକ ବିରାଟ କୋହଲିଙ୍କୁ ରେକର୍ଡ ଥର ଆଉଟ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ସନ୍ଦୀପ ଶର୍ମା । ସେ କୋହଲିଙ୍କୁ ୭ଥର ଆଉଟ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଜାହୀର ଖାଁ ମଧ୍ୟ ୭ଥର ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ଫର୍ମାଟରେ ଆଉଟ କରିଥିଲେ ।

କୋହଲିଙ୍କୁ ପ୍ରତ୍ୟେକ ଥର ଆଉଟ କରିବା ବହୁତ ବଡ ଉପଲବ୍ଧି ବୋଲି ୨୭ ବର୍ଷୀୟ ସନ୍ଦୀପ କହିଛନ୍ତି । କୋହଲିଙ୍କୁ ଉଇକେଟ ଟୁ ଉଇକେଟ ବୋଲିଂ କରିବା ରଣନୀତିରେ ମୁଁ ସର୍ବଦା ରହିଥାଏ ବୋଲି ସନ୍ଦୀପ କହିଛନ୍ତି । ସନ୍ଦୀପ ଆନ୍ତର୍ଜାତୀୟସ୍ତରରେ ଭାରତ ପକ୍ଷରୁ ୨ଟି ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ବେଳେ ଘରୋଇ କ୍ରିକେଟରେ ପଞ୍ଜାବ ପକ୍ଷରୁ ଖେଳନ୍ତି ।

Leave A Reply

Your email address will not be published.