ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି।
କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ।
ଏହା ପୂର୍ବରୁ ମଧ୍ୟ ମନୋରଂଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସରରେ ପଚରା ଉଚରା କରାଯାଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ ପଚରା ଉଚରା କରାଯାଇଥିଲା।
ଏବେ ପୁଣି ବିନା ନୋଟିସ ଏବଂ ବିନା ମାମାଲାରେ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶ୍ରୀ ଷଡଙ୍ଗୀଙ୍କର ଉଚ୍ଚ ରକ୍ତଚାପ ରହିଛି ଏବଂ ସକାଳୁ ସେ ମେଡିସିନ୍ ଓ ଖାଦ୍ୟ ଗ୍ରହଣ ମଧ୍ୟ କରିନାହାନ୍ତି।
ଏପରିକି ତାଙ୍କଠାରୁ ମୋଇବାଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଛି। ଘରେ ତାଙ୍କର ୮୪ ବର୍ଷୀୟା ବୃଦ୍ଧା ମା’ଙ୍କ ସମେତ ମାତ୍ର ଦୁଇଜଣ ମହିଳା ଅଛନ୍ତି। ତେବେ ତାଙ୍କୁ କାହିଁକି ଏବଂ କେଉଁ କାରଣରୁ କ୍ରାଇମବ୍ରାଞ୍ଚ ଉଠାଇ ନେଲା, ତାହା ଜଣାପଡ଼ିନାହିଁ।
Comments are closed.