Latest Odisha News

କନ୍ନଡ ଜାଣିନଥିଲେ ମିଳିବନି ଚାକିରି !

ବେଙ୍ଗଳୁରୁ: ଏଣିକି ରାଜ୍ୟ ସରକାରଙ୍କ ଚାକିରି କରିବାକୁ ହେଲେ ରାଜ୍ୟର ସ୍ଥାନୀୟ ଭାଷା ଜାଣିବା ଜରୁରୀ । ଆଂଚଳିକ ଭାଷା ଜାଣିନଥିଲେ ମିଳିବନି ଚାକିରି । ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ସୁଯୋଗ ବି ମିଳିବା ସମ୍ଭାବନା ନାହିଁ । ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ପରୀକ୍ଷା କରିବାକୁ ଯାଉଛନ୍ତି କର୍ଣ୍ଣାଟକ ସରକାର । ଆଉ ଏହା ପଛରେ କାରଣ ହେଉଛି ଯେ, ସ୍ଥାନୀୟ ଅଂଚଳର ଯୁବକ ଯୁବତୀଙ୍କୁ ରାଜ୍ୟର ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦେବା ।

କର୍ଣ୍ଣାଟକ ସରକାର ଏଥିପାଇଁ କନ୍ନଡ ଭାଷା ଦକ୍ଷତା ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି । ରାଜ୍ୟ ସରକାରଙ୍କ ଚାକିରି ଓ ଶିକ୍ଷାନୁଷ୍ଠାନରେ ପଢିବାକୁ ହେଲେ ଏହି ପରୀକ୍ଷା ଦେବାକୁ ପଡିବ । କେନ୍ଦ୍ର ସରକାରଙ୍କ ଗ୍ରୁପ ସି ଓ ଗ୍ରୁପ ଡି ପୋଷ୍ଟ ପାଇଁ ଯେଭଳି ଭାବେ ନାସନାଲ ଏଲିଜିବିଲିଟି ଟେଷ୍ଟ କରାଯାଏ, ଠିକ୍ ସେଭଳି ଭାବେ କନ୍ନଡ ଭାଷା ଦକ୍ଷତା ପରୀକ୍ଷା କରିବାକୁ ଚିନ୍ତା କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ମୁଖ୍ୟମନ୍ତ୍ରୀଙ୍କ କହିବା ହେଉଛି, ଏହାଦ୍ୱାରା ସ୍ଥାନୀୟ ଯୁବକ ଯୁବତୀଙ୍କୁ ଲାଭ ମିଳିବ ଏବଂ ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିବା ସହଜ ହେବ ।

Leave A Reply

Your email address will not be published.