Latest Odisha News

BREAKING NEWS

ହକି ଫାଇନାଲରେ ତେନ୍ଦୁଲକର ପାଲଟିବେ ଷ୍ଟାର୍ ଆଟ୍ରାକ୍ସନ୍

ଭୁବନେଶ୍ୱର : କିମ୍ବଦନ୍ତୀ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ୱର ଆସିବେ ।

ଏନେଇ ସଚିନ ନିଜ ଟ୍ୱିଟର ଆକାଉଣ୍ଟରରେ ପୋଷ୍ଟ କରିବା ସହ ହକି ବିଶ୍ୱକପର ବିଶ୍ୱସ୍ତରୀୟ ଆୟୋଜନ କରିଥିବା ଯୋଗୁଁ ସେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ଇଣ୍ଡିଆକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ‘ମୁଁ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍ ଆସୁଛି ବୋଲି ଟ୍ୱିଟର ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଆହୁରି ମଧ୍ୟ ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ କିମ୍ବଦନ୍ତୀ କ୍ରିକେଟରଙ୍କ ସମେତ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ, ଅମିର ଖାନ୍ ଏବଂ ସାହିଦ କପୁର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏଥିସହିତ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ଏବଂ ବିରେନ୍ଦ୍ର ସେହୱାଗ ମଧ୍ୟ ଭୁବନେଶ୍ୱର ଆସି ହକି ବିଶ୍ୱକପ ମ୍ୟାଚର ମଜା ଉଠାଇଥିଲେ । ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ୱାଟର ଫାଇନାଲ ମ୍ୟାଚରେ ବୀରୁ ମୁଖ୍ୟମନ୍ତ୍ରୀଙ୍କ ସହ ବସି ମ୍ୟାଚ ଦେଖିଥିଲେ । ସେହିପରି ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଧକଧକ୍ ଗାର୍ଲ୍ ମାଧୁରୀ ଦୀକ୍ଷିତ, ଏ ଆର ରେହମାନ, ଶାହରୁଖ ଖାନ୍ ଏବଂ ସଲମାନ୍ ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.