Latest Odisha News

BREAKING NEWS

ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ଆଇଜଲ : ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍ଏନ୍ଏଫ୍)ର ଅଧ୍ୟକ୍ଷ ଜୋରାମଥାଙ୍ଗା।

ରାଜ୍ୟପାଳ କେ ରାଜଶେଖରନ୍ ଆଜି ଜୋରାମଥାଙ୍ଗାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ସେ ମିଜୋ ଭାଷାରେ ଶପଥ ଗ୍ରହଣ କରିଥିଲେ ।

ଏଥିସହିତ ସେ ଏମ୍ଏନ୍ଏଫ୍ର ସୁପ୍ରିମୋ ଜୋରାମଥାଙ୍ଗା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ୧୯୯୮ ମସିହାରୁ ୨୦୦୮ ଯାଏଁ ମିଜୋରାମରେ ଶାସନ ଭାର ସମ୍ଭାଳିଥିଲେ । ଆହୁରି ମଧ୍ୟ ରାଜ୍ୟରେ ୨୦୦୮ରୁ ଶାସନ କ୍ଷମତାରେ ରହିଥିବା କଂଗ୍ରେସ ସରକାର ପତନ ଘଟିଛି ।

ଉଲ୍ଲେଖଯୋଗ୍ୟ ଗତ ଡିସମ୍ବର ୧୧ ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ମିଜୋରାମରେ ଆଞ୍ଚଳିକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମ୍ଏନଏଫ) ୨୬ ସିଟ୍ ହାସଲ କରି ସରକାର ଗଢ଼ିବା ପାଇଁ ଦାବିଦାର ହୋଇଥିଲା।

Leave A Reply

Your email address will not be published.