Latest Odisha News

BREAKING NEWS

ମହାନଦୀ ଟ୍ରିବ୍ୟୁନାଲ୍ ଓଡ଼ିଶାକୁ ବର୍ଷା ଜଳର ସମସ୍ତ ତଥ୍ୟ ମାଗିଲେ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ତାଙ୍କ ଶୁଣାଣିରେ ଓଡ଼ିଶାକୁ ମୌସୁମୀ ଜନିତ ବର୍ଷାଜଳ ସମ୍ପର୍କରେ ଗତ ୨୦ ବର୍ଷର ସମସ୍ତ ତଥ୍ୟ ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ମହଲତ ଦେଇଛନ୍ତି ।

ଏସମ୍ପର୍କରେ ଶୁଣାଣି କରି ଟ୍ରିବ୍ୟୁନାଲ କହିଛନ୍ତି, ଓଡ଼ିଶା ସରକାର ଏନେଇ ରିପୋର୍ଟ ଦାଖଲ କରିବା ପରେ ଛତିଶଗଡ଼ ସରକାର ଏହାର ଜବାବି ସତ୍ୟପାଠ ଟ୍ରିବ୍ୟୁନାଲ ନିକଟରେ ଦାଖଲ କରିବେ ।

ଆସନ୍ତା ଫେବୃଆରୀ ୯ ତାରିଖରେ ଟ୍ରୁବ୍ୟୁନାଲର ଆଗାମୀ ଶୁଣାଣି ଅନୁଷ୍ଠିତ ହେବ ।

ଏହଦ୍ୱାରା ଓଡ଼ିଶାର ଅନ୍ତରୀଣ ଓ ମୂଳ ଆବେଦନର ଶୁଣାଣି ଅନୁଷ୍ଠିତ ହୋଇପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ଅକ୍ଟୋବର ୯ ତାରିଖରେ କରିଥିବା ତାଙ୍କର ଅନ୍ତରୀଣ ପିଟିସନରେ ଛତିଶଗଡ଼ ସରକାର ମହାନଦୀ ଉପରେ ଯେଉଁ ୬ଟି ବ୍ୟାରେଜ ନିର୍ମାଣ କରୁଛନ୍ତି ସେନେଇ ସ୍ଥଗିତାଦେଶ ଲାଗି ଟ୍ରିବ୍ୟୁନାଲଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶା ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରି ଟ୍ରିବ୍ୟୁନାଲ ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ଏନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶାର ମୂଳ ପିଟିସନର ଶୁଣାଣି ଆସନ୍ତା ବର୍ଷ ଜାନୁଆରି ୧୨ ତାରିଖରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.