Latest Odisha News

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ମୃତକଙ୍କ ସଂଖ୍ୟା ୧୩୯୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୩୯୩ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୧, ଭୁବନେଶ୍ୱରରୁ ୨, ଖୋର୍ଦ୍ଧାରୁ ୧, ମାଲକାନଗିରିରୁ ୧, ବଲାଙ୍ଗିରରୁ ୧, ପୁରୀରୁ ୧, ବାଲେଶ୍ୱରରୁ ୧, ମୟୁରଭଞ୍ଜରୁ ୨, ସମ୍ବଲପୁରରୁ ୩ ଓ ବରଗଡରୁ ୨ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

Comments are closed.