ନୂଆଦିଲ୍ଲୀ: ଆଜି ଅର୍ଥାତ୍ ନଭେମ୍ବର ୭ ତାରିଖରେ ଆମୀର ଖାନଙ୍କ ପତ୍ନୀ କିରଣ ରାଓ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ରୀନା ଦତ୍ତାଙ୍କଠାରୁ ୨୦୦୨ରେ ଛାଡପତ୍ର ପରେ ଆମୀର ଖାନ୍ଙ୍କ ବିବାହ କିରଣଙ୍କ ସହିତ ହୋଇଥିଲା।
ଏକ ସାକ୍ଷାତକାରରେ ଆମୀର ଖାନ କହିଥିଲେ- ଯେତେବେଳେ ୨୦୦୧ରେ ଲଗାନ୍ର ସୁଟିଂ କରୁଥିଲି ସେତେବେଳେ ମୁଁ କିରଣଙ୍କୁ ଭେଟିଥିଲି। ସେ ସହକାରୀ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ଥିଲେ। କିନ୍ତୁ ସେତେବେଳେ ଆମ ମଧ୍ୟରେ କୌଣସି ସମ୍ପର୍କ ନଥିଲା। ଏପରିକି ଆମେ ଦୁହେଁ ବନ୍ଧୁ ନଥିଲୁ।
ସେ ୟୁନିଟ୍ ର ଅଂଶ ଥିଲେ। ମୋର ଛାଡପତ୍ର ହେବାର ଅଳ୍ପ ସମୟ ବ୍ୟବଧାନରେ ପରେ ମୁଁ ତାଙ୍କୁ ପୁଣି ଭେଟିଥିଲି। ମୁଁ ତାଙ୍କ ସହିତ ଅଧ ଘଣ୍ଟା କଥା ହେଲି ଏବଂ ଯେତେବେଳେ ମୁଁ ଫୋନ୍ ରଖିଲି, ମୁଁ କହିଲି ‘ମାଏ୍ ଗଡ୍’। ଯେତେବେଳେ ମୁଁ ତାଙ୍କ ସହିତ କଥାବାର୍ତ୍ତା କରେ, ମୁଁ ବହୁତ ଖୁସି ଅନୁଭବ କରେ। ଏହା ପରେ ଆମେ ଡେଟିଂ ଆରମ୍ଭ କଲୁ। ବିବାହ ପୂର୍ବରୁ ଦେଢ ବର୍ଷ ଧରି ଆମେ ଏକାଠି ରହୁଥିଲୁ।
ଆମୀର ଖାନ୍ ଏବଂ କିରଣ ରାଓ ୨୦୦୫ରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଅଛି। ପୁଅର ନାମ ଅଜାଦ୍।
କିରଣ ଜଣେ ଚଳଚ୍ଚିତ୍ର ନିର୍ମାତା, ସ୍କ୍ରିନ୍ ରାଇଟର୍ ଏବଂ ନିର୍ଦ୍ଦେଶକ। ସେ ଜାନେ ତୁ … ୟା ଜାନେ ନା, ଧୋବି ଘାଟ, ଦଙ୍ଗଲ, ତଲାଶ, ସିକ୍ରେଟ୍ ସୁପରଷ୍ଟାର, ପିପଲି ଲାଇଭ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ସେ ଧୋବି ଘାଟ୍ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।
Comments are closed.