Latest Odisha News

BREAKING NEWS

ରାଜ୍ୟରେ ସବୁଠୁ ଥଣ୍ଡା ସହର ସୋନପୁର, ଏସବୁ ଜିଲ୍ଲାରେ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଅନୁଭୂତ ହେଲାଣି ଶୀତ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଥଣ୍ଡା ବଢ଼ିଲାଣି । ୧୧.୮ ଡିଗ୍ରୀ ସେଲସିୟସ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ଗତକାଲି ସୋନପୁରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଛି ।

BjdElectrycity

ସେହିପରି ଆଉ ୪ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ କିମ୍ୱା ତାଠୁ କମ୍ ରହିଛି । ଅନୁଗୋଳରେ ୧୨.୬ ଡିଗ୍ରୀ ସେଲସିୟସ୍ ତାତି ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡ଼ିରେ ୧୪ ଡ୍ରିଗ୍ରୀ, ଝାରସୁଗୁଡ଼ାରେ ୧୪.୧ ଓ କେନ୍ଦୁଝରରେ ୧୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ଦିନେ ଦୁଇ ଦିନ ଭିତରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏ ଶୁଷ୍କ ବାୟୁ ଓଡ଼ିଶା ଭିତରକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦିନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବା ସମ୍ଭାବନା ରହିଛି ।

Leave A Reply

Your email address will not be published.