Latest Odisha News

BREAKING NEWS

ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର ବିଜନେସର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ବଡ ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନସୁଗାର । ୧ କେଜି ୧୦୫ ଗ୍ରାମ୍‌ ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

BjdElectrycity

ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ୍ ବାଲେଶ୍ୱର ପୋଲିସ ସହାୟତାରେ ସହଦେବଖୁଣ୍ଟା ସ୍ଥିତ ହୋଟେଲ ଜ୍ୟୋତିସାଗରରେ ରେଡ୍ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସେକ୍‌ ଜମ୍ମିର, ପ୍ରଭାତ ସେଠୀ ଓ ଯଶବନ୍ତ ବାଗ୍‌ । ସେମାନଙ୍କ ନିକଟରୁ ନଗଦ ୮୫ ହଜାର ଟଙ୍କା ବି ଜବତ ହୋଇଛି ।

ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୨୩ କିଲୋ ୨୭୩ ଗ୍ରାମ୍ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ୍ । ୨୫ଟି ମାମଲାରେ ୪୭ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.