ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । ୩ ଲକ୍ଷ ମୁହାଁ ସୁସ୍ଥ ସଂଖ୍ୟା । ମାସେ ଭିତରେ ରାଜ୍ୟରେ ଦୈନିକ କରୋନା ଟ୍ରେଣ୍ଡ ଖସିଛି । ବଢ଼ିଛି ସୁସ୍ଥ ହାର । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି ।
ମାସେ ଭିତରେ ୫୯ ହଜାର ପଜିଟିଭ୍
ଗତ ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ହଜାର ୧୪୨ ନୂଆ ଆକ୍ରାନ୍ତ । ଅକ୍ଟୋବର ୭ ତାରିଖ ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଥିଲା ୨ ଲକ୍ଷ ୪୦ ହଜାର ୯୯୮ । ଆଜି ସୁଦ୍ଧା ପଜିଟିଭ୍ କେସ୍ ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି ।

ମାସେ ଭିତରେ ୪୫୨ ମୃତ
ସେହିପରି ମାସେ ଭିତରେ ବଢିଛି ମୃତ୍ୟୁସଂଖ୍ୟା । ଅକ୍ଟୋବର ୭ରୁ ନଭେମ୍ବର ୭ ତାରିଖ ଭିତରେ ଆଉ ୪୫୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅକ୍ଟୋବର ୭ ତାରିଖରେ ରାଜ୍ୟରେ ମୃତ୍ୟୁସଂଖ୍ୟା ଥିଲା ୯୫୮ । ଆଜି ଏହି ସଂଖ୍ୟା ୧୪ ଶହ ୧୦ ଛୁଇଁଛି ।
ମାସେ ଭିତରେ ୭୧ ହଜାର ସୁସ୍ଥ
ମାସେ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରିଛନ୍ତି । ଅକ୍ଟୋବର ୭ ତାରିଖ ସୁଦ୍ଧା କୋରନାରୁ ସୁସ୍ଥ ହୋଇଥିଲେ ୨ ଲକ୍ଷ ୧୩ ହଜାର ୬୭୨ ଆକ୍ରାନ୍ତ । ଆଜି ଏହି ସଂଖ୍ୟା ୨ ଲକ୍ଷ ୮୫ ହଜାର ୧୭୪କୁ ବୃଦ୍ଧି ପାଇଛି । ଅର୍ଥାତ ମାସେ ଭିତରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୭୧ ହଜାର ୫୦୨ ଆକ୍ରାନ୍ତ ।
BREAKING NEWS
- ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭାଇଙ୍କ ପରଲୋକ
- ଓଡ଼ିଶା ମୁହାଁ ବାଂଲାଦେଶୀ ଅନୁପ୍ରବେଶକାରୀ; ବଢିଲା ଉପକୂଳ ସୁରକ୍ଷା
- ଦେଶର ତଦନ୍ତ ଏଜେନ୍ସିକୁ ବଡ ସଫଳତା, ଦାଉଦ ଇବ୍ରାହିମର ନିକଟତମ ସହଯୋଗୀ ଆତଙ୍କବାଦୀ ହୁଫୈଜା ଗିରଫ
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- CBSEର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେ ସୀତାରାମ
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
Comments are closed.