Latest Odisha News

BREAKING NEWS

ସାଉଦିଆରବ ଏବଂ ପାକିସ୍ତାନର ବନ୍ଧୁତାକୁ ନେଇ ବଢିଲା ଅଡୁଆ; ସାଉଦିକୁ ୨ ବିଲିୟନ୍‌ ଡଲାର୍‌ ଋଣ ଫେରସ୍ତ କରିବ ପାକିସ୍ତାନ!

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ କାଶ୍ମୀରକୁ ନେଇ ସୃଷ୍ଟି ‌ହୋଇଥିବା ମତଭେଦ ଏବେ ଆହୁରି ଗମ୍ଭୀର ହେଲା ଭଳି ମନେ ହେଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କାଶ୍ମୀରକୁ ନେଇ ସାଉଦି ଆରବକୁ ଚ୍ୟାଲେଞ୍ଜ କରିଛନ୍ତି। କୁରେଶୀଙ୍କ ମନ୍ତବ୍ୟରେ ରାଗିଯାଇ ସାଉଦିକୁ ମନାଇବା ପାଇଁ ପାକିସ୍ତାନ ନିଜର ସେନା ମୁଖ୍ୟ କାମାର ବାଜୱାଙ୍କୁ ମଧ୍ୟ ପଠାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା। ରିପୋର୍ଟ ଅନୁଯାୟୀ, ପାକିସ୍ତାନକୁ ଆସନ୍ତା ମାସରେ ସାଉଦି ଆରବକୁ ୨ ବିଲିୟନ ଡଲାର ଋଣ ଫେରସ୍ତ କରିବାକୁ ପଡିପାରେ।

ସୂଚନା ଅନୁଯାୟୀ ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ସାଉଦି ଆରବର ଋଣ ପରିଶୋଧ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି ଏବଂ ଅନ୍ୟ ଉତ୍ସରୁ ଋଣ ମଧ୍ୟ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଯାହାଦ୍ୱାରା ବୈଦେଶିକ ମୁଦ୍ରା ଭଣ୍ଡାର ୧୨ ବିଲିୟନ ଡ଼ଲାରରେ ରହିବ। ପାକିସ୍ତାନର ଅର୍ଥନୀତି ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଏବଂ ମୁଦ୍ରାସ୍ଫୀତି ଶିଖରରେ ଅଛି। ଏଭଳି ପରିସ୍ଥିତିରେ ସାଉଦି ଆରବର ଋଣ ପରିଶୋଧ କରିବା ପାକିସ୍ତାନ ପକ୍ଷେ ଅତ୍ୟନ୍ତ କଷ୍ଟଦାୟକ ହେବ ବୋଲି ଅନୁମାନ କରାଯାଉଛି।

 

Comments are closed.