Latest Odisha News

BREAKING NEWS

ନୂପୁର ଓ ନୋରାଙ୍କ ସହ ରୋମାନ୍ସ କରିବେ ଟାଇଗର ସ୍ରଫ୍ !

ମୁମ୍ବାଇ: ଗତମାସ କନଫର୍ମ ହୋଇଥିଲା । ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଗଣପତ୍‌ରେ ନଜର ଆସିବେ ଟାଇଗର୍ ସ୍ରଫ୍ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗରଙ୍କୁ ମୁମ୍ବାଇର ଜଣେ ବକ୍ସର୍ ଭାବେ ଦେଖିବାକୁ ମିଳିବ । ଏବେ ଖବର ଆସିଛି ଫିଲ୍ମର ସୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦୁଇଜଣ ହଟ୍ ଆକ୍ଟ୍ରେସ୍ ମଧ୍ୟ ନଜର ଆସିବେ ।

ମିଳିଥିବା ଖବର ଅନୁଯାୟୀ ଫିଲ୍ମ ଗଣପତ୍‌ରେ ଟାଇଗରଙ୍କ ବିପକ୍ଷରେ ନୁପୁର ସାନୋନ୍‌ଙ୍କୁ ଦେଖିବାକୁ ମିଳିବ । ସେହିଭଳି ଦ୍ୱିତୀୟ ଫିମେଲ୍ କିର୍ଦାରରେ ନଜର ଆସବେ ହଟ୍ ଆଣ୍ଡ ଗର୍ଜିୟସ୍ ନୋରା ଫତେହି । ଶୁଣିବାକୁ ମିଳିଛି ଖାସ ଏହି ଫିଲ୍ମରେ ଅଭିନୟ କରିବା ପାଇଁ କୁଆଡେ ବେଲ୍ ବଟମ୍‌ରେ ଆଇଟମ ନମ୍ବର କରିବାକୁ ନୋରା ମନା କରିଥିଲେ ।

ତାଜା ସ୍ଥିତିରେ ବଲିଉଡରେ ନୋରା ନିଜର ଦବଦବା ଜାହିର କରିବାରେ ଲାଗିଲେଣି । ଅନ୍ୟପଟେ ଫିଲ୍ମରେ ବକ୍ସର୍ କିର୍ଦାର ପାଇଁ ଟାଇଗର୍ ଜୋରସୋରରେ ଅଭ୍ୟସ୍ ଚଳାଇଛନ୍ତି । ଆଶା କରାଯାଉଛି ଆଇଟମ ଗାର୍ଲ ବଦଳରେ ଅଭିନେତ୍ରୀ ଭାବେ ନୋରା ଫତେହିଙ୍କୁ ଦର୍ଶକ ନିଶ୍ଚିତ ଭାବେ ପସନ୍ଦ କରିବେ ।

Leave A Reply

Your email address will not be published.