Latest Odisha News

BREAKING NEWS

କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ଅନୁଷ୍ଠିତ ହେବ।

ଏସମ୍ପର୍କରେ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ-୧୯ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସେ କହିଛନ୍ତି ଯେ ଆସନ୍ତା ନଭେମ୍ବର ୧୭, ୧୮ ଏବଂ ୧୯ ତିନି ଦିନ ମଧ୍ୟରେ ସମସ୍ତ ବିଧାୟକ ଏବଂ ସେମାନଙ୍କର ବ୍ୟକ୍ତିଗତ ସଚିବ ସହାୟକ, ବିଧାନସଭାର ସମସ୍ତ କର୍ମଚାରୀ ଏବଂ ସାମ୍ବାଦିକ ମାନେ କରୋନା ପରୀକ୍ଷା କରାଇବେ। ଏହା ଛଡ଼ା ସାମ୍ବାଦିକମାନଙ୍କୁ ମାସ୍କ ଏବଂ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯିବ।

ବିଧାନସଭା ପରିସରକୁ ପ୍ରତିଦିନ ସାନିଟାଇଜ କରାଯିବା ନେଇ ସେ ପ୍ରକାଶ କରିଛନ୍ତି।

ତେବେ ପ୍ରଶ୍ନ କାଳ ହେବକି ନାହିଁ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ବାଚସ୍ପତି।

Comments are closed.