Latest Odisha News

BREAKING NEWS

ଖୁସି ଖବର : ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ଷ୍ଟାଡିୟମରେ ଉପଭୋଗ କରିପାରିବେ ଦର୍ଶକ

ସିଡନୀ:କରୋନା କଳରେ ମନୋରଞ୍ଜନର ସଂଜ୍ଞା ବଦଳି ଯାଇଥିଲା । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଧିରେ ଧିରେ କଟକଣା ଖେଲାଯାଉଛି । କ୍ରିକେଟପ୍ରେମୀଙ୍କ ପାଇଁ ଏହି ଅବସରରେ ଖୁସି ଖବର ଆସିଛି । ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜକୁ ଦର୍ଶକ ଷ୍ଟାଡିୟମରେ ବସି ଉପଭୋଗ କରିପାରିବେ ।

ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି ଯେ, ଆଡିଲେଡ ଓଭାଲ(ଡିସେମ୍ବର୧୭ରୁ)ରେ ଦିନରାତି ଟେଷ୍ଟ ମ୍ୟାଚ ସମୟରେ ଷ୍ଟାଡିୟମର ୫୦ ପ୍ରତିଶତ ଦର୍ଶକ ମ୍ୟାଚ ଉପଭୋଗ କରିପାରିବେ । ଏମସିଜିରେ ଟି୨୦ ଏବଂ ପିଙ୍କ ଟେଷ୍ଟ ସମୟରେ ୫୦ ପ୍ରତିଶତ, ବକ୍ସିଂ ଟେଷ୍ଟ ମ୍ୟାଚରେ ୨୫ ପ୍ରତିଶତ ଏବଂ ବ୍ରିସବେନ୍ ଟେଷ୍ଟରେ ୭୫ ପ୍ରତିଶତ ଦର୍ଶକ ଷ୍ଟାଡିୟମକୁ ଆସିପାରିବେ ।

Comments are closed.