Latest Odisha News

BREAKING NEWS

ବିହାର ନିର୍ବାଚନ: ସନ୍ଧ୍ୟା ହେଲା ଲଣ୍ଠନ ପୁଣି ଜଳିଲା

ପାଟନା: ବିହାର ନିର୍ବାଚନରେ ଘଡିକେ ଘୋଡା ଛୁଟୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଏବଂ ଏହା ପରେ ଏନଡିଏ ସରକାର ଗଢ଼ିବା ଟ୍ରେଣ୍ଡ ଧରିଥିଲା । ତେବେ ସନ୍ଧ୍ୟା ବେଳକୁ ପୁଣି ଲଣ୍ଠନ ଜଳିଛି । ଆରଜେଡି ନେତା ମଧ୍ୟ ବିଜୟୀ ନେଇ ଏବେ ମଧ୍ୟ ନିଶ୍ଚିତ ଅଛନ୍ତି । ଏନଡିଏ ୧୩୪ରୁ ୧୨୦କୁ ଖସି ଆସିଛି । ଅପରପକ୍ଷରେ ମହାଗଠବନ୍ଧନ ୧୧୮ରେ ଅଗ୍ରଣୀ ରହିଛି ।

ଏବେ ବି ୧୮ ସିଟ ଉପରେ ଉଭୟ ଦଳର ଭାଗ୍ୟ ପ୍ରାୟତଃ ନିର୍ଭର କରୁଛି । ଏହି ସିଟଗୁଡିକର ମାର୍ଜିନ ୧୦୦୦ ଭିତରେ ରହିଛି । କିଛି ବି ହେଇପାରେ । ଏନଡିଏନ ୯ରେ ଏବଂ ମହାଗଠବନ୍ଧନ ୮ରେ ଆଗରେ ରହିଛି । ରିପୋର୍ଟ ମୁତାବକ ୬୨ ପ୍ରତିଶତ ଭୋଟର ଗଣତି ଶେଷ ହୋଇଛି । ଏନଡିଏ ପଲା ଏବେ ବି ଭାରି ରହିଛି ।

Leave A Reply

Your email address will not be published.