Latest Odisha News

BREAKING NEWS

ଲକ୍ଷ୍ମୀରେ ଶରଦଙ୍କ ଆଗରେ ଫିକା ପଡିଲେ ଅକ୍ଷୟ

ମୁମ୍ବାଇ: ସୋମବାର ରିଲିଜ୍ ହୋଇଥିଲା ବିବାଦୀୟ ତଥା ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ । ତେବେ ଆଶାନୁଯାୟୀ ଦର୍ଶକଙ୍କ ତରଫରୁ ଫିଲ୍ମକୁ ମିଳିନି ଏତେଟା ସକରାତ୍ମକ ପ୍ରତିକ୍ରିୟା । ଅକ୍ଷୟଙ୍କ ନିକଟରୁ ଦର୍ଶକ ଅନେକ କିଛି ଆଶା କରିଥିଲେ ବି ଶେଷରେ ସମସ୍ତେ ନିରାଶ ହୋଇଛନ୍ତି । ହେଲେ ଫିଲ୍ମରେ ଥିବା ଏକ ଚରିତ୍ର କିନ୍ତୁ ମାତ୍ର ୧୫ମିନିଟ୍‌ର ସିକ୍ୱେନ୍ସରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।

ଫିଲ୍ମ ଲକ୍ଷ୍ମୀରେ କିନ୍ନର ଭାବେ ଟାଇଟଲ ରୋଲ୍ ପ୍ଲେ କରିଛନ୍ତି ଶରଦ କେଲ୍‌କର୍ । ପୁରା କାହାଣୀ ଶରଦଙ୍କ ଉପରେ ଆଧାରିତ ହୋଇଥିଲେ ବି ତାଙ୍କର ବହୁତ କମ୍ ସିନ୍ ରହିଛି । ତଥାପି ଅଳ୍ପ ସିକ୍ୱେନ୍ସରେ ସେ ଅକ୍ଷୟଙ୍କୁ ପଛରେ ପକାଇବା ସହ ନିଜ ଚରିତ୍ରକୁ ଜୀବନ୍ତ କରିପାରିଥିଲେ ।

ଖାସ କରି ଶରଦଙ୍କ ଅନ୍ଦାଜ ଓ ଡାଇଲଗ ଡେଲିଭରୀର ପରଫେକ୍ଟ ଟାଇମିଂକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଟ୍ରେଲର୍‌ରେ ଶରଦ ନଥିଲାବେଳେ ଫିଲ୍ମ ପାଇଁ ସେ ସରପ୍ରାଇଜ ପ୍ୟାକେଜ ସାବ୍ୟସ୍ତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଲୋକେ ଶରଦଙ୍କୁ ତାରିଫ କରିଥିଲାବେଳେ ଅକ୍ଷୟଙ୍କ ଉପରେ ନାଖୁସ ଥିବା ଜଣାପଡିଛି ।

Leave A Reply

Your email address will not be published.