Latest Odisha News

BREAKING NEWS

ଆନନ୍ଦାଶ୍ରମରେ ଖୁସି ବାଣ୍ଟିଲେ ଆକାଶ

ଭୁବନେଶ୍ୱର: କରୋନାଭାଇରସ ମହାମାରୀ ସମୟରେ ସ୍କୁଲ ଓ କଲେଜ ବନ୍ଦ ରହିଥିବା ବେଳେ ପ୍ରାୟ ସମସ୍ତେ ଏକପ୍ରକାର ଗୃହବନ୍ଦୀର ଜୀବନ ବିତାଉଛନ୍ତି। ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଂଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ।

ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦଆଶ୍ରମର କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ସେ ବାର୍ତାବିନିମୟ କରିବା ସହିତ ସେମାନଙ୍କ ସହ ନିଜର ଖୁସୀ ବାଂଟିଛନ୍ତି ।

ଏହି ଅବସରରେ ପିଲାମାନଙ୍କୁ ନିଜ ଜୀବନର ଛୋଟ ଛୋଟ ଘଟଣା ଓ ଅନୁଭୂତି ସହିତ ତାଙ୍କ ବାସ୍ତବ ଜୀବନର ନାୟକ ସହିଦ ଭଗତ ସିଂହଙ୍କ ବଳିଦାନର କାହାଣୀ ଶୁଣାଇଥିଲେ, ଯାହା ପିଲାମାନଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଥିଲା ।

ପିଲାମାନେ ଆଗ୍ରହର ସହିତ ଆକାଶଙ୍କଠାରୁ କାହାଣୀ ଶୁଣିଥିଲେ ଏବଂ ସେ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଦୀର୍ଘ ଦୁଇଘଂଟା ଧରି ଚାଲିଥିଲା ‘ଟିମ୍ ଆକାଶ’ ପକ୍ଷରୁ ଆୟୋଜିତ ‘ତୁମ ପାଇଁ ଆକାଶ ଭାଇ’ କାର୍ଯ୍ୟକ୍ରମ ।

ପିଲାମାନଙ୍କ ସହ ବିତାଇଥିବା ଏହି ସୁମଧୁର ମୁହୂର୍ତକୁ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ବୋଲି ଆକାଶ କହିଥିଲେ । ‘ଟିମ୍ ଆକାଶ’ ପକ୍ଷରୁ ପିଲାମାନଙ୍କୁ ମିଷ୍ଟାନ୍ନ ଏବଂ ଖେଳନା ବଣ୍ଟାଯାଇଥିଲା ।

Leave A Reply

Your email address will not be published.