Latest Odisha News

BREAKING NEWS

ସୁଡାନର ମୁନ୍ଦରି ସମ୍ପ୍ରଦାୟ ପାଇଁ ଗାଇ ସବୁ କିଛି, ଏଥିନେଇ ମରିପାରିବେ ଆଉ ମାରିପାରିବେ

ଖାର୍ତୋମ: ଗାଈ ନେଇ ଭାରତରେ ରାଜନୀତି ହେଉଛି କହିଲେ ଭୁଲ ହେବ ନାହିଁ । କିନ୍ତୁ ଆଫ୍ରିକାର ସୁଡାନରେ ମୁନ୍ଦୁରି ସମ୍ପ୍ରଦାୟ ପାଇଁ ଗାଇ ସବୁକିଛି । ଏହାର ରକ୍ଷା ପାଇଁ ସେମାନେ ଜୀବନ ନେଇପାରିବେ ଓ ହାରିବି ପାରିବେ ମଧ୍ୟ । ମାଆଠାରୁ ଅଧିକ ଭଲ ପାଆନ୍ତି । ଏଠାକାର ଆଦିବାସୀ ସମ୍ମାନ, ଔଷଧ, ଖାଦ୍ୟ ସବୁ କିଛି ପାଇଁ ସେମାନେ ଗାଇ ଉପରେ ନିର୍ଭର କରିଥାନ୍ତି । ଏପରି କି ଏହାର ରକ୍ଷା ପାଇଁ ସେମାନେ ପାଖରେ ଶୋଇବା ସହ ବନ୍ଧୁକ ଧରି ରାତିରେ ପ୍ରହରା ଦେଇଥାନ୍ତି । କ୍ଷୀର ବ୍ୟତୀତ ସେମାନେ ଗୋମୂତ୍ର ଓ ଗୋବରକୁ ଔଷଧ ଭାବେ ବ୍ୟବହାର କରିଥାନ୍ତି । ଗାଇ ମୂତ୍ରରେ ସ୍ନାନ ମଧ୍ୟ କରନ୍ତି । ସେହିପରି ଗାଇକୁ ନେଇ ସେମାନଙ୍କର ସାମିଜିତ ସ୍ଥିତି ଓ ସମ୍ମାନ ପରିଗଣିତ ହୋଇଥାଏ ।

ବିନା ଗାଇରେ ବାହା ହେବା ଅସମ୍ଭବ ହୋଇପଡେ । ମୁନ୍ଦୁରୀ ସମ୍ପ୍ରଦାୟର ବ୍ୟକ୍ତି ଗାଇକୁ ମାରିବା କଥା କେବେ ବି ଚିନ୍ତା କରନ୍ତି ନାହିଁ । ଯତ୍ନରେ ରଖୁଥିବାରୁ ଗାଇଗୁଡିକ ବଳିଷ୍ଠ ଓ ସୁସ୍ଥ ସବଳ ହୋଇଥାନ୍ତି । ଭାରତୀୟ ବଜାରରେ ଏହାର ମୂଲ୍ୟ ୫୦ରୁ ୬୦ ହଜାର ପର୍ଯ୍ୟନ୍ତ ହେବ । ନିଜ ପିଲାମାନଙ୍କୁ ଯେତେ ସ୍ନେହ ନ କରନ୍ତି ତାଠାରୁ ଅଧିକ ଗାଇ ଏବଂ ବାଛୁରୀକୁ ସେମାନେ ଗୁରୁତ୍ୱ ଦେଇଥାନ୍ତି ।

Leave A Reply

Your email address will not be published.