Latest Odisha News

BREAKING NEWS

ଆପଣଙ୍କ ଟିଭି ଦେଖିବା ଜାନୁଆରୀ ୧ରୁ ହେବ ମହଙ୍ଗା !

ନୂଆଦିଲ୍ଲୀ : ନୂଆବର୍ଷ ତଥା ଜାନୁଆରୀ ୧ ତାରିଖରୁ ଦେଶରେ ଟିଭି ଦେଖା ମହଙ୍ଗା ହେବ। ଭାରତୀୟ ଦୂରସଂଚାର ନିୟାମକ କତୃର୍ପକ୍ଷ (ଟ୍ରାଇ)ର ନୂଆ ନିୟମ ଯୋଗୁଁ ଏବେ ଦେଶରେ ଟିଭି ଦେଖିବା ପାଇଁ ଉପଭୋକ୍ତାଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ ।

ଟ୍ରାଇର ନୂଆ ନିୟମ ମୁତାବକ ଏବେ ଫ୍ରି ଟୁ ଏୟାର (ଏଫଟିଏ) ଚ୍ୟାନେଲକୁ ଦେଖିବା ପାଇଁ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡିବ । ଏହି ନୂଆ ନିୟମ ଡିଟିଏଚ୍, କେବୁଲ୍ ଏବଂ ବ୍ରୋଡକାଷ୍ଟ ଉପରେ ଲାଗୁ ହେବ ।

ଜାନୁଆରିରୁ ଲାଗୁହେବାକୁ ଥିବା ଏହି ନିୟମ ଅନୁଯାୟୀ ପ୍ରତି ଚ୍ୟାନେଲ୍ ପାଇଁ ଏବେ ଅଲଗା ଅଲଗା ଦାମ୍ ଦେବାକୁ ପଡ଼ିବ। ଗ୍ରାହକମାନେ ନିଜ ପସନ୍ଦର ଚ୍ୟାନେଲ୍ ଚୟନ କରିପାରିବେ ତଥା ଗ୍ରାହକମାନେ ଯେତିକି ଚ୍ୟାନେଲ ଦେଖିବେ ତାଙ୍କୁ ସେତିକି ହିଁ ଟଙ୍କା ଦେବାକୁ ପଡିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ କେଉଁ ଚ୍ୟାନେଲ୍ ଦାମ୍ କେତେ ଟଙ୍କା ରହିବ ସେନେଇ ଡିଟିଏଚ୍ ଏବଂ କେବୁଲ୍ ଅପରେଟର୍ସଙ୍କୁ ଏକ ସୁଚନା ନିଜ ୟୁଜର୍ ଗାଇଡରେ ଦେବାକୁ ପଡିବ ବୋଲି ଜଣାପଡିଛି ।

Leave A Reply

Your email address will not be published.