Latest Odisha News

BREAKING NEWS

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଜାନୁଆରୀ ୧୭ରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଶୁଣାଣୀ

କଟକ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଶୁଣାଣୀ ଓଡିଶା ହାଇକୋର୍ଟରେ ଆସନ୍ତା ୧୭ ତାରିଖରେ ହେବ ।

ଜଷ୍ଟିସ ଜେପି ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ମଙ୍ଗଳବାର ଦିନ ପୁଞ୍ଜିଲାଲଙ୍କ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ଜାନୁଆରୀ ୧୭କୁ ଘୁଞ୍ଚାଇଛନ୍ତି ।

ଏହି ଶୁଣାଣି ସମୟରେ ତଦନ୍ତ ଅଧିକାରୀ (ଆଇଓ) ଏବଂ ଅତିରିକ୍ତ ଏସପି ଅନିଲ କୁମାର ସେଠାରେ ଉପସ୍ଥିତ ରହିଥିଲେ ।

ଏହି ପାର୍ସଲ ବୋମା ଘଟଣା ସେହି ସମୟରେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଉଲ୍ଲେଖଯୋଗ୍ୟ ବଲାଙ୍ଗୀର ଜିଲ୍ଲା ଭୋଳାନାଥପଡା ଗ୍ରାମରେ ଫେବୃଆରୀ ୨୩ ତାରିଖରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣରେ ଘଟଣାରେ ସାରା ବଲାଙ୍ଗୀର ଏକପ୍ରକାର ଥରି ଉଠିଥିଲା ।

ବିବାହରେ ମିଳିଥିବା ଏକ ଉପହାରକୁ ଖୋଲୁଥିବା ବେଳେ ବିସ୍ଫୋରଣ ହେବାରୁ ନବବିବାହିତ ଦମ୍ପତି ସୌମ୍ୟ ଶେଖର ସାହୁ ଓ ପତ୍ନୀ ରିମାରାଣୀ ଏବଂ ଜେଜେମା ଜେମାମଣୀ ଗୁରୁତର ଭାବେ ଆହତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ସୌମ୍ୟ ଶେଖର ସାହୁ ଓ ଜେଜେମା ଜେମାମଣୀ ମୃତ୍ୟୁ ଘଟିଥିବା ବେଳେ ରିମାରାଣୀ ବୁର୍ଲା ମେଡିକାଲରେ ଚିକିତ୍ସିତ ହୋଇଥିଲେ । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ରିମାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.