Latest Odisha News

BREAKING NEWS

ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ‘ପିଥାଇ’ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବାବେଳେ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ମିଳିଛି ।

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ଡିସେମ୍ବର ୧୮ ତାରିଖରୁ ସାରା ରାଜ୍ୟରେ ଉତ୍ତରା ଥଣ୍ଡା ପବନ ବହିବାକୁ ଆରମ୍ଭ କରିଛି। ଏଥିସହିତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଶୀତ ଲହରୀ ଲାଗି ରହିବ । ଯାହାର ପରିମାଣସ୍ୱରୂପ ଡିସେମ୍ବର ୨୨ ତାରିଖ ଆଡକୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ ।

ଅନ୍ୟପକ୍ଷରେ ଆସନ୍ତା ୨୪ ତାରିଖଠାରୁ କ୍ରମାଗତ ଭାବେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା କ୍ରମାଗତ ଭାବେ ୫ ଡିଗ୍ରି ପର୍ଯ୍ୟନ୍ତ କମିବା ନେଇ ପାଣିପାଗ ପକ୍ଷରୁ ପ୍ରକାଶ କରାଯାଇଛି ।

ଆହୁରି ମଧ୍ୟ ଗୁରୁବାର ଦିନ କଟକ(୧୨.୮) ଏବଂ ଭୁବନେଶ୍ୱରରେ (୧୩.୯) ତାପମାତ୍ରା ରହିଥିବା ବେଳେ ଏହା ୩ ଡିଗ୍ରୀ ତଳକୁ ଖସିଆସିଛି । ସେହିପରି ଫୁଲବାଣୀ, ଦାରିଙ୍ଗୀବାଡି ଓ ସୁନ୍ଦରଗଡରେ ତାପମାତ୍ର ୯ ଡିଗ୍ରୀ ତଳକୁ ଖସି ଆସିଥିବା ନେଇ ସୂଚନା ମିଳିଛି । ଏଥିସହିତ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଜିଲ୍ଲାରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳକୁ ଖସିଥିବା ନେଇ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.