ହୋମ୍ ଆଇସୋଲେସନରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ପୃଥକବାସରେ ଅଛନ୍ତି । ସୁସ୍ଥ ଥିବା ଓ କୌଣସି ଲକ୍ଷଣ ନଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବୋରିସନ୍ ।
ବୋରିସନ୍ ନିକଟରେ କଞ୍ଜରଭେଟିଭ୍ ପାର୍ଟି ସଦସ୍ୟ ଲି ଆଣ୍ଡରସନଙ୍କୁ ଭେଟିଥିଲେ । ପରେ ଆଣ୍ଡରସନ୍ କୋଭିଡ୍ ପଜିଟିଭ ହୋଇଥିଲେ । ଏହାପରେ ନିଜକୁ ଆଇସୋଲେଟ୍ କରିଛନ୍ତି ବୋରିସନ୍ । କୋଭିଡର ସମସ୍ତ ନିୟମ ପାଳନ କରୁଛନ୍ତି ।
ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଲଣ୍ଡନର ହସ୍ପିଟାଲରେ ଭର୍ତ୍ତି ବି ହୋଇଥିଲେ । ଏବେ ସଂକ୍ରମଣ ଆଶଙ୍କା କରି ଆଇସୋଲେସନରେ ଅଛନ୍ତି ।
Comments are closed.