Latest Odisha News

BREAKING NEWS

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ପୁରୀ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମନ୍ଦିର ବଜେଟ, ନାଗାର୍ଜୁନ ବେଶ ଓ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଲୋଚନା ହେବା ନେଇ ଜଣାପଡିଛି।

ସୂଚନାନୁସାରେ, ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ବୈଠକ ଆରମ୍ଭ ହୋଇଛି ।

ଆସନ୍ତା ୨୭ ତାରିଖ ଦିନ ଭୋରରୁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆରମ୍ଭ ହେବ । କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା ଭକ୍ତରେ ବେଶ ହେବାକୁ ଥିବା ବେଳେ ଭକ୍ତମାନଙ୍କ ପାଇଁ ପତିତପାବନଙ୍କୁ ବେଶ କରାଯିବ କି ନାହିଁ ସେ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହେବ ।

ଏହାବାଦ ମୁମ୍ବାଇର ଜଣେ ଭକ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାରକୁ ରୁପା ଛାଉଣି କରିବାକୁ ଇଛା ପ୍ରକାଶ କରିଥିବାରୁ ସେହିସବୁ ଦ୍ୱାରର ଡିଜାଇନ ଚୂଡାନ୍ତ ସହ, ଆଉଜଣେ ଦାତା ମହାପ୍ରଭୁଙ୍କ ମସ୍ତକରେ ଲାଗୁଥିବା ପାତିଆ, ଓ ଅନ୍ୟାନ୍ୟ ସାମଗ୍ରୀ ତିନି ସେଟ୍ ଲେଖାଏଁ ଦାନ ଦେବାକୁ ଇଚ୍ଛା କରିଥିବାରୁ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।

ସବୁଠାରୁ ଗୁରୁତ୍ୱପୁର୍ଣ ବିଷୟ ହେଉଛି କାର୍ତ୍ତିକ ମାସ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବା ନେଇ ଜଣାପଡିଛି ।

Comments are closed.