Latest Odisha News

BREAKING NEWS

ପେଣ୍ଠ ସମୁଦ୍ରକୂଳରେ ୧୪୪ ଧାରା ଲାଗୁ, ପାଣିକୁ ଓହ୍ଲାଇଲେ ଜରିମାନା

କେନ୍ଦ୍ରାପଡ଼ା: ରାଜନଗର ଅନ୍ତର୍ଗତ ପେଣ୍ଠ ସମୁଦ୍ରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ସମୁଦ୍ର ପାଣିକୁ ଓହ୍ଲାଇଲେ ଗଣିବା ଜରିମାନା । ନାଲି ପତାକା ଲଗାଇ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ।

କିଛି ଦିନ ଭିତରେ ପେଣ୍ଠ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସମୁଦ୍ର କୂଳରେ କଟକଣା ଜାରି ହୋଇଛି । ସମୁଦ୍ର ପାଣିରେ ଗୋଡ଼ ବୁଡ଼ାଇବାକୁ ବି ମନା କରିଛି ପ୍ରଶାସନ । ଉଲ୍ଲଂଘନ କଲେ ପର୍ଯ୍ୟଟକ ଗଣିବେ ଜରିମାନା ।

Comments are closed.