Latest Odisha News

ଆଜି ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ ୨୦୨୦ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଙ୍ଗାଲୋର ଟେକ୍ ସମ୍ମିଳନୀ ୨୦୨୦ (ବିଟିଏସ୍ ୨୦୨୦) ର ଉଦଘାଟନ କରିବେ। ଏହି ବିଶେଷ କାର୍ଯ୍ୟକ୍ରମରେ, ନୂତନ ଟେକ୍ନୋଲୋଜି ସହିତ ମହାମାରୀ ପରେ ଆସୁଥିବା ପ୍ରମୁଖ ଆହ୍ବାନ ଉପରେ ଆଲୋଚନା କରାଯିବ। ୧୯ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ ଅନୁଷ୍ଠିତ ହେବ।

କର୍ଣ୍ଣାଟକ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି (କିଟ୍ସ), କର୍ଣ୍ଣାଟକ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଏବଂ ଷ୍ଟାର୍ଟଅପ୍, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) ଏବଂ ଏମ୍ ଆକ୍ଟିଭ୍ ସାଇନ୍ସ-ଟେକ୍ କମ୍ୟୁନିକେସନ୍ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି।

ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ସ୍ୱିସ୍ କନଫେଡେରେସନ୍ ଉପାଧ୍ୟକ୍ଷ ଗାଇ ପାରମେଲିନ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ଆନ୍ତର୍ଜାତୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେବେ। ବିଟିଏସ୍ ୨୦୨୦ କେନ୍ଦ୍ର ପରିଦର୍ଶନ କରିବା ପରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ସିଏନ୍ ଅଶ୍ୱଥ୍‌ ନାରାୟଣ କହିଛନ୍ତି ଯେ ଇଭେଣ୍ଟ ଅଧିବେଶନ ଭର୍ଚୁଆଲ୍ ହେବ।

Comments are closed.