Latest Odisha News

BREAKING NEWS

ପୁରୁଣା ଫଟୋ ସେୟାର୍‌ କରି ଇନ୍ଦିରା ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ଆଇପିଏସ୍‌ ଅଧିକାରୀ କିରଣ ବେଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବଡ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୦୩ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ ଶ୍ରୀମତି ଗାନ୍ଧୀଙ୍କ  ସହିତ ନିଜର ଏକ ପୁରୁଣା ଫଟୋ ସେୟାର କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କିରଣ ବେଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମାମ୍‌ … ଆପଣ ମୋର ପ୍ରେରଣା। ୧୯୭୫ରେ ଗଣତନ୍ତ୍ର ଦିବସ ଅବସରରେ, ମୁଁ ରାଜପଥରେ ପ୍ୟାରେଡର ନେତୃତ୍ୱ ନେଇଥିଲି, ଯାହା ପରେ ଆପଣ ମୋତେ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କରିଥିଲ। ଏହା ଇତିହାସ ଥିଲା।

Comments are closed.