Latest Odisha News

BREAKING NEWS

ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ; କହିଲେ ଜିଡିପି ପଛରେ ଦେଶରେ କରୋନା ମୃତ୍ୟୁ ହାର ଆଗରେ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏକ ଚାର୍ଟ ସେୟାର କରି ରାହୁଲ କହିଛନ୍ତି ଯେ ଏହା ହେଉଛି ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ, ଯେଉଁଥିରେ ଜିଡିପି ହାର ପଛରେ ଦେଶ କରୋନା ମୃତ୍ୟୁହାରରେ ଆଗରେ ରହିଛି। ଏହା ପୂର୍ବରୁ ରାହୁଲ କହିଥିଲେ ଯେ ବ୍ୟାଙ୍କ ଏବଂ ଜିଡିପି ଉଭୟ ସଙ୍କଟ ମଧ୍ୟରେ ରହିଛି। ଏହା ବିକାଶ ନା ବିନାଶ?

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ସେୟାର୍‌ ହୋଇଥିବା ଚାର୍ଟରେ ଭାରତର ଜିଡିପି ୧୦.୩ ପ୍ରତିଶତ ଥିବାବେଳେ ପାକିସ୍ତାନର ଜିଡିପି ୦.୪ ପ୍ରତିଶତ ରହିଛି। ଜିଡିପି ଅଭିବୃଦ୍ଧି ହାରରେ ବାଂଲାଦେଶ ଏକ ନମ୍ବର ସ୍ଥାନରେ ରହିଛି ଯାହାର ଜିଡିପି ଅଭିବୃଦ୍ଧି ହାର ୩.୮ ପ୍ରତିଶତ ରହିଛି। ଏହା ପରେ ମିଆଁମାରର ଜିଡିପି ଅଭିବୃଦ୍ଧି ହାର ୨.୦ ପ୍ରତିଶତ, ଚାଇନାର ଜିଡିପି ଅଭିବୃଦ୍ଧି ହାର ୧.୯ ପ୍ରତିଶତ ରହିଛି।

Comments are closed.