କରୋନା ଟିକାକୁ ନେଇ ପୁଣି ଆସିଲା ଭଲ ଖବର । ବୟସ୍କ ଲୋକଙ୍କ ପାଇଁ ପ୍ରଭାବଶାଳୀ ହେବ ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭ୍ୟାକସିନ୍ । ୭୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି । ୫୬୦ ଲୋକଙ୍କ ଉପରେ କରାଯାଇଥିବା ଷ୍ଟଡିର ଡାଟା ପବ୍ଲିସ୍ କରାଯାଇଛି । ଏଥିରେ ChAdOx1 nCoV-19 ଭ୍ୟାକସିନକୁ ସୁରକ୍ଷିତ ବୋଲି କୁହାଯାଇଛି । ଏହା ଦ୍ବାରା କୌଣସି ବଡ଼ ଧରଣର ସାଇଡ୍ ଇଫେକ୍ଟ ହୋଇନାହିଁ ।
କରୋନା ଯୋଗୁ ବୟସ୍କ ଲୋକ ଅଧିକ ପ୍ରଭାବିତ ହେଉଥିବାରୁ ଏହା ବିଶେଷ ଫଳପ୍ରଦ ହୋଇପାରେ । ବୟସ୍କ ବ୍ୟକ୍ତିଙ୍କ ପାଖରେ ଏହା ଅଧିକ ଫଳପ୍ରଦ ହେଉଥିବାରୁ ଏହି ଭ୍ୟାକସିନ୍ ଗ୍ରୁପ୍ ସହ ଜଡିତ ଡାକ୍ତରମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହା କରୋନାକୁ ରୋକିବାରେ ସକ୍ଷମ ହେଉଛି କି ନାହିଁ, ତା ଉପରେ ନଜର ରଖାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୮-୫୫ ଓ ୫୬ରୁ୭୯ ବୟସର ବ୍ୟକ୍ତିଙ୍କୁ ନିଆଯାଇଥିଲା । ଏହି ଟ୍ରାଏଲ ପାଇଁ ୫୬୦ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ଏଥିରେ ଅଧିକାଂଶ ବ୍ରିଟେନ ନାଗରିକ ଥିଲେ। ଦେଖାଯାଇଥିଲା କି ସବୁ ବୟସର ଲୋକଙ୍କ ପାଇଁ ଏହା ପ୍ରଭାବଶାଳୀ । ୭୦ ବର୍ଷରୁ ଅଧିକ ବୟସ୍କଙ୍କ ନିକଟରେ ମଧ୍ୟ ଏହା ଫଳପ୍ରଦ ହୋଇପାରୁଛି ।
ବ୍ରିଟେନ୍ ଅକ୍ସଫୋର୍ଡର ଟିକାର ୧୦ କୋଟି ଡୋଜ ଆଗୁଆ ଅର୍ଡର କରିଛି । କୁହାଯାଉଛି କି ଚଳିତ ବର୍ଷ ଶେଷ ସୁଦ୍ଧା ୪୦ ଲକ୍ଷ ଡୋଜ୍ ମିଳିଯାଇପାରେ । ମଡେର୍ଣ୍ଣା ଓ ଫାଇଜର ଭ୍ୟାକସିନ୍ ୯୫ ପ୍ରତିଶତ ଫଳପ୍ରଦ ବୋଲି ପୂର୍ବରୁ କହିସାରିଛନ୍ତି । ଏହା ପରେ କରୋନା ଟିକାକୁ ନେଇ ଭଲ ଖବର ଦେଇଛି ଅକ୍ସଫୋର୍ଡ ।
Comments are closed.